ବଲିଉଡର ଅଭିନେତା ଅମୀର ଖାଁଙ୍କର ଆଗାମୀ ଫିଲ୍ମ ‘ଲାଲ ସି ଚଢା’ ରିଲିଜ ପାଇଁ ଅ୍ଧମ କିଛି ଦିନ ରହିଛି ବାକି । ଏହି ଫିଲ୍ମରେ ନାୟୀକା ଭାବେ କରିନା କାପୁରଙ୍କ ଖାଁଙ୍କ ସହ ମୋନା ସିଂ, ଚୈତନ୍ୟ ଆକ୍କିନେନି ମଧ୍ୟ ପ୍ରମୁଖ ଭୂମିକାରେ ଆସିବେ ନଜରକୁ । ଏବେ ତାରକା ମାନେ ଫିଲ୍ମ ରିଲିଜ୍ ପୂର୍ବରୁ ଫିଲ୍ମ ପ୍ରମୋସନ କରୁଛନ୍ତି । ପ୍ରତି ପ୍ରସଙ୍ଗରେ ଏମାନଙ୍କ ରହୁଛି ପ୍ରତିକ୍ରିୟା ।

ନିକଟ ଅତିତରେ ଏହି ଫିଲ୍ମ ବୟକଟ୍ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ମାତ୍ର ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି କରିନା କପୁର ଖାଁ । ଅମୀର ଖାଁଙ୍କ ପରେ କରୀନା ମଧ୍ୟ ମୁହଁ ଖୋଲଛନ୍ତି । ସମସ୍ତଙ୍କର କହିବାର ସ୍ୱାଧିନତା ।ଛି ବୋଲି କହିଛନ୍ତି କରୀନା ।
କହିବା ପାଇଁ ରହିଛି ଅନେକ ପ୍ଲାଟ୍ ଫର୍ମ ଯହିଁରେ ନିଜର ମତ ରଖି ପାରିବେ ଲୋକେ । ଯଦି ଏଭଳି ଘଟୁଛି ତେବେ ଆପଣଙ୍କୁ କିଛି ଜିନିøାଷକୁ ଅଣଦେକା କରିବାକୁ ପାଇଁ ଶିଖିବାକୁ ପଡିବ । ନଚେତ୍ ଜୀବନ ବଞ୍ôଚବା କଷ୍ଟକର ହେବ । ସେଥିପାଇଁ ମୁଁ ଏପରି ଜିନିଷକୁ ଗମ୍ଭୀରତାର ସହ ଗ୍ରହଣ କରେ ନାହିଁ ଓ ମୁଁ ଯାହା ଚାହେଁ ତାହା ପୋଷ୍ଟ କରେ ବୋଲି କହିଛନ୍ତି କରୀନା ।

ଆଉ ମଧ୍ୟ କରୀନା କହିବାକୁ ଭୁଲି ନାହାଁନ୍ତି ଯେ’ ଏହା ଏକ ଫିଲ୍ମ ଯାହା ଆଗାମୀ ଦିନରେ ରିଲିଜ୍ ହେବାକୁ ଯାଉଛି । ଏହା ଉପରେ ସମସ୍ତଙ୍କର ନିଜସ୍ୱ ମତ ରହିବାର ଅଧିକାର ରହିଛି । ଯଦି ଏହି ଫିଲ୍ମଟି ଭଲ ହେବ ତେବେ ଏହା ସମସ୍ତ ବାଧା ଅତିକ୍ରମ କରିବ ।
ବ୍ୟୁ ରୋ ରିପୋର୍ଟ ଶପଥ ନ୍ୟୁଜ୍ ।











