The Ultimate Managed Hosting Platform
ADVERTISEMENT

ପ୍ରଥମଥର ଗୋଟିଏ ସିନେମାରେ ଅମିତାଭ୍‌, ବମନ୍‌ ଓ ଅନୁପମ୍

Facebook
Twitter
LinkedIn

ବଲିଉଡ୍‌ର ସୁନାମଧନ୍ୟ ପ୍ରଡକ୍ସନ୍‌ ହାଉସ୍‌ ରାଜଶ୍ରୀ ପ୍ରଡକ୍ସନ୍ସ୍। ଏହା ହମ୍‌ ସାଥ୍‌ ସାଥ୍‌ ହେ, ହମ୍‌ ଆପ୍‌କେ ହେ କୌନ୍ ଓ ବିବାହ ଭଳି ଅନେକ ସୁପରହିଟ୍ ଫ୍ୟାମିଲି ଏଣ୍ଟରଟେଇନର୍ ସିନେମା ଦର୍ଶକଙ୍କୁ ଭେଟି ଦେଇଛି। ଏବେ ନିଜର ୬୦ତମ ଚଳଚ୍ଚିତ୍ରର ରିଲିଜ୍‌ ଡେଟ୍‌ ଘୋଷଣା କରିଛି। ହେଲେ ଏଥିରେ ସବୁଠାରୁ ରୋମାଞ୍ଚକର ତଥ୍ୟ ହେଉଛି, ଏହି ସିନେମାରେ ବଲିଉଡ୍ ସିନେମା ଜଗତର ଲିଜେଣ୍ଡାରୀ ଆକ୍ଟର୍‌ ନଜର ଆସିବେ। ତା ପୁଣି ଗୋଟିଏ କି ଦୁଇଟି ନୁହେଁ, ବରଂ ତିନି ତିନିଟି। ଏହି ଫିଲ୍ମର ଷ୍ଟାର୍ କାଷ୍ଟ୍ ଏମିତି ଏକ ଷ୍ଟାର୍‌ କାଷ୍ଟ୍‌ ଯାହାକୁ ଆଗରୁ କେବେ ଦେଖିନଥିଲେ ଦର୍ଶକ।

ଏହି ବହୁ ଚର୍ଚ୍ଚିତ ସିନେମାଟିର ନାଁ ରହିଛି ଉଁଞ୍ଚାଇ। ଏଥିରେ ନଜର ଆସିବେ ବଲିଉଡ୍ର ମହାନାୟକ ଅମିତାଭ୍‌ ବଚ୍ଚନ,  ଭର୍ସାଟାଇଲ୍‌ ଆକ୍ଟର ଅନୁପମ୍‌ ଖେର୍ ଓ ବମନ୍‌ ଇରାନୀ। ପୁଣି ନିର୍ଦ୍ଦେଶକ ହେଉଛନ୍ତି , ସୁରଜ୍‌ ଆର୍‌. ବରଜ୍ଜାତୀୟା। ଦାର୍ଘ ୭ ବର୍ଷ ପରେ ସେ ପରଦାକୁ ଫେରୁଛନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରତ୍ୟକ ଫିଲ୍ମକୁ ଦର୍ଶକ ବେଶ୍ ଭଲପାଇବା ଦେଇଛନ୍ତି।

ଆଗରୁ ଅନୁପମ୍ ଓ ଅମିତାଭ, ଅମିତାଭ୍ ଓ ବମନ୍, ବମନ୍‌ ଓ ଅନୁପମ୍‌ଙ୍କ ଏମିତି ଯୋଡି ପରଦାରେ ଦେଖିବାକୁ ମିଳିଛି ସତ, ହେଲେ ଏହି ତିନି କଳାକାରଙ୍କୁ ଏକାଠି ପ୍ରଥମଥର “ଉଁଞ୍ଚାଇ” ସିନେମାରେ ଦେଖିବାକୁ ମିଳିବ। ସେହିଭଳି ଅନୁପମ୍‌ ଓ ଅମିତାଭ୍‌ ପୁର୍ବରୁ ରାଜଶ୍ରୀ ପ୍ରଡକ୍ସନ୍‌ସ୍‌ ସାଙ୍ଗେ ଜଡିତ ଥିବାହେଳେ, ବମନ୍‌ ପ୍ରଥମଥର ଏହି ପ୍ରଡକ୍ସନ୍ ହାଉସ୍‌ ସାଙ୍ଗେ କାମ କରୁଥିବାର ଜଣା ପଡିଛି। ସିନେମାରେ ଏହି ଲିଜେଣ୍ଡାରୀ ଟ୍ରାୟୋଙ୍କ ବ୍ୟତୀତ ଡ୍ୟାନି ଡେନ୍ଞ୍ଜୋଙ୍ଗ୍ପା, ନିନା ଗୁପ୍ତା, ପରିନୀତି ଚୋପ୍ରା, ନଫିସା ଅଲ୍ଲୀ ସୋଡି ଆଦି କଳାକାର ଅଛନ୍ତି। ଦୀର୍ଘ ୨୪ ବର୍ଷ ପରେ ନଫିସା ଓ ଅମିତାଭ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ।

ରାଜଶ୍ରୀ ପ୍ରଡକ୍ସନ୍‌ ସହ ଏହି ସିନେମାର ପ୍ରଯୋଜନାରେ ମହାବୀର ଜୈନ୍‌ ଫିଲ୍ମସ୍‌ ଓ ବାଉଣ୍ଡଲେସ୍‌ ମିଡିଆ ଜଡିତ ଅଛନ୍ତି।  ନଭେମ୍ବର ୧୧ରେ ଏହି ସିନେମାଟି ରିଲିଜ୍‌ ହେବାକୁ ପୁରାପ୍ରସ୍ତୁତ। ନିଜ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ରାଜଶ୍ରୀ ପ୍ରଡକ୍ସନ୍‌ ଏହି ଆନାଉନ୍ସମେଣ୍ଟ୍‌ କରିଛନ୍ତି । ଆଉ ଗୋଟେ ଇଣ୍ଟରେଷ୍ଟିଙ୍ଗ୍ କଥା ହେଉଛି, ରାଜଶ୍ରୀ ପ୍ରଡକ୍ସନ୍‌ର ୭୫ ବର୍ଷ ପୂରଣ ହେଉଛି। ଏହି ଡାଇମଣ୍ଡ୍‌ ଜୁବ୍ଲି ଅବସରରେ ସିନେମାଟି ରିଲିଜ୍‌ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login