ପୁରୀ: ପୁରୀରେ ପହଁଚିଲା ତୃତୀୟ ପର୍ଯ୍ୟାୟ ରଥକାଠ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ୟ୍ୟାୟ ରଥକାଠ ଆସି ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ ଅସନ, ୪୦ ଫୁଟିଆ ଧଉରା ରଥକାଠ ଆସି ପହଞ୍ଚିଛି। ନୟାଗଡ଼ର ମହିପୁର ଜଙ୍ଗଲ ଅଞ୍ଚଳରୁ ୨୫ଟି ରଥକାଠ ଆସି ରଥଖଳାରେ ପହଞ୍ଚିଛି। ରଥର ଗୟଳ, ଅଖ ଓ ଦଣ୍ଡା ନିର୍ମାଣ କାର୍ୟ୍ୟରେ ଏସବୁ ରଥକାଠ ବ୍ୟବହୃତ ହେବ ।
Views: 100











