The Ultimate Managed Hosting Platform
ADVERTISEMENT

ଶିମିଳିପାଳ ନିଆଁ ଜଗିଛି ଏଆଇ କ୍ୟାମେରା

Facebook
Twitter
LinkedIn

ଭୁବନେଶ୍ୱର : ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନଜର । ନିଆଁ ଲାଗିବା ମାତ୍ରେ ବନ ବିଭାଗକୁ ଖବର ଦେଉଛି ଏଆଇ କ୍ୟାମେରା । କେଉଁଠୁ ଧୂଆଁ ଉଠିଲେ ତତ୍କ୍ଷଣାତ୍ ସୂଚନା ମିଳିପାରୁଛି ବୋଲି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି। ଗତ ଦୁଇ ଦିନ ଧରି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି। ତେବେ ସମସ୍ତ ବନ୍ୟପ୍ରାଣୀ ସୁରକ୍ଷିତ ଥିବା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।ସମଗ୍ର ଶିମିଳିପାଳ ଅଭୟାରଣ୍ୟକୁ ପ୍ରାଥମିକତା ଭିତ୍ତିରେ ପାଞ୍ଚଟି ଟାୱାର ଭିତ୍ତିକ ଏଆଇ ବ୍ୟବସ୍ଥା ସ୍ଥାପନ କରାଯାଇଛି। ୩୬୦-ଡ଼ିଗ୍ରୀ ଗତି କରିବାରେ ସକ୍ଷମ ହାଇ-ରିଜୋଲ୍ୟୁସନ୍ କ୍ୟାମେରା ସହିତ ସଜ୍ଜିତ ଏହି ଟାୱାରଗୁଡିକ ୧୫ କିଲୋମିଟର ପର୍ୟ୍ୟନ୍ତ କାର୍ୟ୍ୟକଳାପ ଚିହ୍ନଟ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login