ବ୍ରହ୍ମପୁର : ବ୍ରହ୍ମପୁର ଜେଲରେ ଆଜି ପୁଣି ଟିଆଇ ପରେଡ । ଜଣେ ସାକ୍ଷୀଙ୍କ ଉପସ୍ଥିତିରେ ୩ ଅଭିଯୁକ୍ତଙ୍କର ଟିଆଇ ପରେଡ । ଗତ ଶନିବାର ଏହି ମାମଲାର ଅଭିଯୁକ୍ତ ଶିଶୁପାଲ ପାଶ୍ବାନ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ୱାଇଁ ଓ ଉମା ଶଙ୍କର ବିଶୋୟୀ ପ୍ରମୁଖଙ୍କର ଟିଆଇ ପରେଡ ହୋଇଥିଲା । ବିଜୟ ଓ ଲକ୍ଷ୍ମଣ ନାମକ ଦୁଇ ସାକ୍ଷୀଙ୍କୁ ନେଇ ଟିଆଇ ପରେଡ କରାଯାଇଥିଲା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଚିଣ୍ଟୁ ପ୍ରଧାନ ଘଟଣା ରାତିରେ ବାଇକ ଚଲାଉଥିବା ବେଳେ କୁରୁପତି ଭୂୟାଁ ପୀତବାସଙ୍କ ଉପରକୁ ଗୁଳି ଚଳାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ବ୍ରହ୍ମପୁର ଏସପି ।
Views: 43











