ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରେ ଆତଙ୍କ ସ୍ପଷ୍ଟି ହୋଇଛି। ଯୁଦ୍ଧ ଆଶଙ୍କାରେ ସବୁବେଳେ ବାଉଳି ହେଉଛି ପାକ । ପ୍ରତିଦିନ ଏହାର ନେତାମାନେ କିଛି ନା କିଛି ଦମ୍ଭ ଦେଖାଇବାରେ ଲାଗିଛନ୍ତି। ଭାରତ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଅଭିଯୋଗ କରୁଥିବା ବେଳେ ପାକିସ୍ତାନ ଏହାକୁ ମିଛ ବୋଲି କହୁଛି। ହେଲେ ଏହାରି ମଧ୍ୟରେ ପାକିସ୍ତାନର ନେତାମାନେ ମାନୁଛନ୍ତି ଯେ ତାଙ୍କ ଦେଶରେ ଆତଙ୍କବାଦୀ ସଂଗଠନକୁ ସହଯୋଗ ରହିଛି। ଆତଙ୍କବାଦୀଙ୍କୁ ପାଳିବା କୌଣସି ଗୁପ୍ତ କଥା ନୁହେଁ, ପାକିସ୍ତାନରେ ଆତଙ୍କବାଦୀଙ୍କ ଇତିହାସ ବହୁ ପୁରୁଣା ବୋଲି ନେତା କହୁଛନ୍ତି। ପ୍ରଥମେ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଆତଙ୍କବାଦର ଏକ ଆଶ୍ରୟସ୍ଥଳ। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶର ଆତଙ୍କବାଦୀ ଗୋଷ୍ଠୀ ସହିତ ସମ୍ପର୍କ ରହିଛି। ସେ କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀଙ୍କ ଇତିହାସ ବହୁ ପୁରୁଣା। ଏହା କାହାଠାରୁ ଲୁଚି ନାହିଁ ଯେ ପାକିସ୍ତାନର ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି। ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ ଏବଂ ପାଣ୍ଠି ଯୋଗାଇବାରେ ପାକିସ୍ତାନର ସମ୍ପୃକ୍ତିକୁ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ସ୍ୱୀକାର କରିବା ପରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ଆସିଛି।
ପାକ ମାନିଲା ସତ : ଆତଙ୍କୀଙ୍କୁ ଦେଉଛି ସମର୍ଥନ , ପୂର୍ବତନ ମନ୍ତ୍ରୀ କହିଲେ ଆତଙ୍କବାଦୀଙ୍କୁ ପାଳିବା କୈାଣସି ଗୁପ୍ତ କଥା ନୁହେଁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...