ନୂଆଦିଲ୍ଲୀ : ପହଲଗାମ୍ ଆକ୍ରମଣକୁ ୭ ଦିନ ବିତିଗଲାଣି । ଆଉ ୟାରି ଭିତରେ ଆତଙ୍କବାଦ ବିରୋଧରେ ଭାରତ ଅନେକ ପଦକ୍ଷେପ ନେଇଥିବା ବେଳେ ପାକିସ୍ତାନକୁ ପାନେ ଦେବାକୁ ବିଭିନ୍ନ କୂଟନୈତିକ ସ୍ତରରେ ଚାପ ପକାଇଲାଣି । ହେଲେ ଦେଶବାସୀ ପହଲଗାମ୍ ପ୍ରତିଶୋଧ ସିଧା ନେବାକୁ ଦାବି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଆଉ ପାଖାପାଖି ୪୦ ମିନିଟ୍ ଧରି ପହଲଗାମ୍ ହମଲା ଏବଂ ପରବର୍ତ୍ତୀ ପଦକ୍ଷେପ ବାବଦରେ ଆଲୋଚନା କରିଛନ୍ତି । ବୈଠକରେ ଏନଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ସେନାଧ୍ୟକ୍ଷଙ୍କୁ ଭେଟି ଅପରେସନ ବାବଦରେ ପ୍ରତିରକ୍ଷା ମନ୍ତ୍ରୀ ଅପଡେଟ୍ ନେଇଥିବା ସୂଚନା ରହିଛି । ସେପଟେ ବୈଠକ କିଛି ବଡ଼ ନିଷ୍ପତ୍ତି ହେବାର ସମ୍ଭାବନାକୁ ଆହୁରି ବଳିଷ୍ଠ କରିଛି । ଚର୍ଚ୍ଚା ହେଉଛି ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରି ପାରନ୍ତି ଭାରତ ସରକାର । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ ।
ପହଲଗାମ ପ୍ରତିଶୋଧ : ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

Facebook
Twitter
LinkedIn
Facebook
Twitter
LinkedIn
Recent News
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି
କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...
ମହାପ୍ରସାଦ ରେଟ ଚାଟ ଲାଗିବ : ମୁଖ୍ୟ ପ୍ରଶାସକ
ପୁରୀ : ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଛି । ଆଗକୁ ରେଟ ଚାଟ ଲାଗିବାର ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟ...
ନବ ଦାସ ହତ୍ୟାକାଣ୍ଡ : ଆଜି ସାକ୍ଷ୍ୟ ଗ୍ରହଣ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା ଏଡିଜେ କୋର୍ଟରେ ଶୁଣାଣି ଆଜି । ଅନ୍ୟତମ ମୁଖ୍ୟ ସାକ୍ଷୀ ତକôାଳୀନ ବ୍ରଜରାଜନଗର ଆଇଆଇସିଙ୍କ...
ଟ୍ରକ ଧକ୍କାରେ ୩ ଜଣଙ୍କର ଚାଲିଗଲା ଜୀବନ
ତେଲକୋଇ : ବାଇକକୁ ଧକ୍କା ଦେଲା ଟ୍ରକ । ୩ ଜଣଙ୍କର ଚାଲିଗଲା ଜୀବନ । ଏନଏଚ ୪୯ର ଜଗମୋହନ ଛକରେ ଦୁର୍ଘଟଣା । ମୃତକମାନେ ଚାରକୋଟ...