The Ultimate Managed Hosting Platform
ADVERTISEMENT

ନେପାଳରେ ସ୍ଥିତି ଅସମ୍ଭାଳ ; ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା , ଦୁବାଇ ପଳାଇବା ନେଇ ଚର୍ଚ୍ଚା

Facebook
Twitter
LinkedIn

ନେପାଳ : ନେପାଳରେ ସ୍ଥିତି ଅସମ୍ଭାଳ । ସାମାଜିକ ଗଣମାଧ୍ୟମ ଉପରୁ ପ୍ରତିବନ୍ଧକ ହଟାଇବା ପରେ ବି ହିଂସା । କର୍ଫ୍ୟୁ ଓ ଅନ୍ୟ ପ୍ରତିବନ୍ଧକ ସତ୍ତ୍ୱେ ପୁଣି ହିଂସାକାଣ୍ଡ । ବିକ୍ଷୋଭକାରୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା । ନେପାଳରେ ବିଦ୍ରୋହ ପରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ । କାଠମାଣ୍ଡୁରେ ସ୍ଥିତି ସଙ୍ଗୀନ ପରେ ଇସ୍ତଫା ମାଗିଥିଲେ ସେନାମୁଖ୍ୟ । ହିଂସାର ଦ୍ୱିତୀୟ ଦିନରେ ପଦରୁ ଇସ୍ତଫା ଦେଲେ ଓଲି । ସଂସଦରେ ଧସେଇ ପଶିଲେ , ନିଆଁ ଲଗାଇଲେ ବିକ୍ଷୋଭକାରୀ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବାସଭବନ ଉପରକୁ ପଥର ମାଡ । କାଠ ମାଣ୍ଡୁରେ ବିକ୍ଷୋଭକାରୀଙ୍କ ହିଂସା, ପୋଡା ଜଳା । ୯ରୁ ଅଧିକ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଗୃହ, କୃଷି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ୯ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବା କୁହାଯାଉଛି । ଆନ୍ଦୋଳନକାରୀମାନେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବରଖାସ୍ତ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଓଲି ଦେଶ ଛାଡ଼ି ଦୁବାଇ ପଳାଇବେ ବୋଲି ଚର୍ଚ୍ଚା ଚାଲିଛି । ଏସବୁ ଘଟଣାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀଙ୍କ ସହ ୩ କ୍ୟାବେିନେଟ୍ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ସ୍ଥିତି ନିୟନ୍ତ୍ରଣ ବାହାରେ ଥିବାବେଳେ ପ୍ରଦର୍ଶନକାରୀଙ୍କ ବିତ୍ପାଦକୁ ଦେଖି କାଠମାଣ୍ଡୁ ରାଜରାସ୍ତାରେ ବ୍ୟାପକ ସେନା ମୁତୟନ କରାଯାଇଛି । ଆଜି ସଂଧ୍ୟା ୬ଟାରେ ଓଲି ସର୍ବଦଳୀୟ ସାଂସଦଙ୍କ ବୈଠକ ଡାକିଛନ୍ତି । ବ୍ୟାପକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login