ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ଏନ.ଭାସ୍କର ରାଓ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା । ସାମ୍ବାଦ୍ଖଳ ସମ୍ମିଳନୀରେ କଲେ ଘୋଷଣା । ବିଜେଡିର କାର୍ୟ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ ଭାସ୍କର ରାଓ । ସାମ୍ବାଦିକ ସମ୍ମିଳନୀରେ ନିଜ ଅସନ୍ତୋଷ ଝାଡ଼ିଛନ୍ତି ରାଓ । ଜିଲ୍ଲା ସଭାପତି ଚୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ’ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି । ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । କେହି ଭାବିନଥିଲେ ଏଭଳି ନିଷ୍ପତ୍ତି ନିଆଯିବ ବୋଲି । ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ । କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । କଂଗ୍ରେସ ବିରୋଧରେ ଆମେ ଲଢେଇ କରୁଥିଲୁ । ହେଲେ ଏସବୁକୁ ଅଣଦେଖା କରାଗଲା ’ ।
Views: 113











