ନୂଆଦିଲ୍ଲୀ : ନିଜ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଛନ୍ତି ସ୍ବିଙ୍ଗ୍ କିଙ୍ଗ୍ ଭାବେ ପରିଚିତ ମହମ୍ମଦ ସାମି । ଅସ୍ତ୍ରୋପଚାର ହେବାପରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମହମ୍ମଦ ସାମି । ଏକ୍ସରେ ତିନୋଟି ଫଟୋ ସେୟାର କରିଛନ୍ତି ସାମି । ଯେଉଁଥିରେ ନିଜର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି । ଡାହାଣ ଗୋଡ଼ ଗୋଇଠିରେ ଯନ୍ତ୍ରଣା ହେଉଥିବାବେଳେ ଅସ୍ତ୍ରୋପଚାର ହୋଇଛି । ୨୬ ଫେବୃଆରୀରେ ଅସ୍ତ୍ରୋପଚାର ହୋଇଥିବାବେଳେ ପୂର୍ବରୁ ମଧ୍ୟ ନିଜର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଥିଲେ । ବିଶ୍ବକପରେ ହିରୋ ପାଲଟିଥିବା ସାମିଙ୍କ ଅସ୍ତ୍ରୋପଚରା ହୋଇଥିବାବେଳେ ଚଳିତ ଆଇପିଏଲରେ ମଧ୍ୟ ଖେଳିନପାରନ୍ତି ।
Views: 82











