ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପର୍ୟ୍ୟଟକଙ୍କ ଲାଗି ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରୁଥିବା ସମସ୍ତ ଅଞ୍ଚଳ ବନ୍ଦ କରାଯାଇଛି। ଏନେଇ ରାଜ୍ୟ ବନ ବିଭାଗର ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ଏବେ ଋଷିକୂଲ୍ୟା ଓ ଗହୀରମଥା ମୁହାଣକୁ ଅଲିଭ ରିଡଲେ କଇଁଛ ଆଗମନ ଆରମ୍ଭ ହୋଇଛି । ଦେବୀ, ଋଷିକୂଲ୍ୟା ଓ ମହାନଦୀ ମୁହାଣରେ ମଧ୍ୟ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଥାନ୍ତି । ତେଣୁ ଏବେ ଠାରୁ ଯେକୌଣସି ସମୟରେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ତେଣୁ ସେସବୁ ଅଞ୍ଚଳକୁ ପର୍ୟ୍ୟଟକଙ୍କ ଲାଗି ବ୍ୟାନ କରାଯାଇଛି। କଇଁଛ ଛୁଆ ଜନ୍ମ ହୋଇ ସମୁଦ୍ରକୁ ଯିବା ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ । ପ୍ରତିବର୍ଷ କଇଁଛମାନେ ବହୁ ସଂଖ୍ୟାରେ ଏଠାକୁ ଆସୁଛନ୍ତି । ଏହା ଆମ ପାଇଁ ଗର୍ବ ଓ ଗୌରବ । ସମସ୍ତ ଜନସାଧାରଣଙ୍କୁ ମୁଁ ଅନୁରୋଧ କରିବି ସେମାନଙ୍କୁ ଯାଇ ଦେଖିକି ହଇରାଣ କରନ୍ତୁ ନାହିଁ । ସେମାନେ ସୁରୁଖୁରୁରେ ଗଣ ଅଣ୍ଡାଦାନ କରି ଫେରି ଯିବେ । ସେଥିପାଇଁ ବନ ବିଭାଗ ଓ ପ୍ରଶାସନକୁ ସହାୟତା କରନ୍ତୁ।
ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ପଦକ୍ଷେପ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











