ନୂଆଦିଲ୍ଲୀ : ନିଜ ରାଜ୍ୟ ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି ରାଜସ୍ଥାନ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ପୂର୍ବର ବାସୁନ୍ଧରା ରାଜେ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ୟ୍ୟାନୁଷ୍ଠାନକୁ ନେଇ ଆଜି ପାଇଲଟ ଏକ ଦିବସୀୟ ଅନଶନରେ ବସିଛନ୍ତି। ରାଜସ୍ଥାନ ସିଏମ ଅଶୋକ ଗେହଲଟଙ୍କ ବିରୋଧରେ ଏହି ଅନଶନ କରିଛନ୍ତି ସଚିନ ପାଇଲଟ। ସଚିନ ଜୟପୁରର ଶହୀଦ ସ୍ମାରକ ସମ୍ମୁଖରେ ଅନଶନ କରୁଛନ୍ତି।
ପାଇଲଟଙ୍କ କହିବା ହେଲା, ସେ ରାଜ୍ୟରୁ ଦୁର୍ନୀତି ଶେଷ ହେବାକୁ ଚାହୁଁଛନ୍ତି। ଏହା ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, ଏହି ଦାବିକୁ ନେଇ ସେ ଆଜି ଅନଶନ କରୁଛନ୍ତି। ବାସ୍ତବରେ, ପାଇଲଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦୁର୍ନୀତି ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସେ ଗତ ଦୁଇ ବର୍ଷ ଧରି ସିଏମଙ୍କୁ ଅନେକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ବିଜେପି ଶାସନ ସମୟରେ ଅନେକ ଦୁର୍ନୀତି ହୋଇଥିଲା ଏବଂ ଏହି କାରଣରୁ ଆମର ସରକାର ଗଠନ ହୋଇଥିଲା, କିନ୍ତୁ ଏହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କହି ରଖୁଛୁ ଯେ ସଚିନଙ୍କ ଅନଶନର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲା। ଦଳ କହିଥିଲା ଯେ ଏହି ଅନଶନକୁ ଦଳ ବିରୋଧୀ କାର୍ୟ୍ୟକଳାପ ଭାବେ ଗ୍ରହଣ କରାଯିବ।
ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କଲେ ସଚିନ ପାଇଲଟ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...