The Ultimate Managed Hosting Platform
ADVERTISEMENT

ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ

Facebook
Twitter
LinkedIn

ଭୁବନେଶ୍ୱର : ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ଛତିଶଗଡ ମହାସମୁଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ରହିଛନ୍ତି । କିର୍ମିରା ବ୍ଲକର ସମିତିସଭ୍ୟ ଏବଂ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏକ ଭିଡିଓ ମାଧ୍ୟମରେ ଏହା କହିଛନ୍ତି ବିଶାଲ ଦାସ । ଗତକାଲି ରାତି ୨ଟାରୁ ସମସ୍ତଙ୍କୁ ଅଟକ ରଖାଯାଇଥିବା ସୂଚନା ରହିଛି । ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ପୁଲିସର କାର୍ୟ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ । ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୋଲିସର ପ୍ରତିକ୍ରିୟା ମିଳିନି ।ଏପଟେ ଘଟଣାକୁ ଡାର୍ଟି ପଲିଟିକ୍ସ କହିଛନ୍ତି ପୂର୍ବତନ ବିଧାୟିକା ଦିପାଳୀ ଦାସ । ଆଜି କିରୀମିରାରେ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ରହିଛି । ସେମାନେ ଆମକୁ କଲ କରିଥିଲେ । ମୋ ଭାଇ ବିଶାଳ ଦାସ ତାଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ଛତିଶଗଡ଼ରେ ସମସ୍ତଙ୍କୁ ଅଟକ ରଖାଯାଇଛି । ସମିତି ସଭ୍ୟମାନେ ଭୋଟ ଦେଇ ନ ପାରିଲେ ପୋଲିସ ଦାୟୀ ରହିବ , ଭୋଟିଂକୁ ଡରି ଏପରି କରାଯାଇଥିବା ବୋଲି ଦିପାଳୀ ଅଭିଯୋଗ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login