ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବ୍ୱତଙ୍କ ଫିଲ୍ମ ଏମରଜେନ୍ସି ରିଲିଜକୁ ମିଳି ଯାଇଛି ଅନୁମତି । ତେବେ ଫିଲ୍ମ ତିଆରିଠୁ ଆରମ୍ଭ କରି ଏହାକୁ ରିଲିଜ କରାଇଭା ପ ର୍ଯ୍ୟନ୍ତ କଙ୍ଗନାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିବାରୁ ଆଉ କେବେ ବି ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ ବୋଲି କହିଛନ୍ତି କଙ୍ଗନା ।ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬, ୨୦୨୪ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଶିଖ ସମ୍ପ୍ରଦାୟର ଆପତ୍ତି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ହେଲେ ପରେ ସେନସର ବୋର୍ଡ ଏହି ଫିଲ୍ମକୁ ରିଲିଜ୍ ପାଇଁ ଅନୁମତି ଦେଇଥିଲେ। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ସୋସାକୁ ସାକ୍ଷାତକାର ଦେଇ କଙ୍ଗନା କହିଛନ୍ତି ଯେ, “ମୁଁ ଆଉ କେବେ ରାଜନୈତିକ ଚଳଚ୍ଚିତ୍ର ନିର୍ମାଣ କରିବି ନାହିଁ। ଏହାକୁ ନେଇ ମୁଁ ଏବେ ଆଉ ବହୁତ ଉତ୍ସାହିତ ନୁହେଁ। ରାଜନୀତିକୁ ନେଇ ଫିଲ୍ମ ତିଆରି କରିବା ବହୁତ କଷ୍ଟକର। ମୁଁ ଏବେ ବୁଝିପାରୁଛି କାହିଁକି ଅନେକ ଲୋକ ଏହା କରନ୍ତି ନାହିଁ। ଅନେକ ସମସ୍ୟା ସତ୍ତ୍ବେ ବି ମୁଁ ସେଟରେ କେବେ କାହା ଉପରେ ରାଗି ନଥିଲି। ସେମିତିରେ ବି କେବଳ ନିର୍ଦ୍ଦେଶକ ହୋଇଥିଲେ ମୁଁ ପ୍ରଯୋଜକ ସହିତ ଝଗଡ଼ା କରିଥାନ୍ତି। କିନ୍ତୁ ମୁଁ ‘ଏମରଜେନ୍ସି’ ପାଇଁ ୨ଟି ଦାୟିତ୍ବ ନିଭାଉଥିଲି। ମୋ ପାଖରେ କାହା ଉପରେ ରାଗିବାର ବିକଳ୍ପ ନଥିଲା। ଏହି ଫିଲ୍ମର ସୁଟିଂ ବେଳେ ମୁଁ ଆର୍ଥିକ ଅଭାବ ଦେଖିଛି। କାନ୍ଦ ଲାଗୁଥିଲେ ବି କାନ୍ଦି ପାରିନି।”
ଆଉ କେବେ ବି ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ : କଙ୍ଗନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











