The Ultimate Managed Hosting Platform
ADVERTISEMENT

ଦାଉଦଙ୍କ ଭଉଣୀ ଘରେ ଚଢଉ ।

Facebook
Twitter
LinkedIn

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ବିରୋଧରେ ନିକଟରେ ଦାଏର ହୋଇଥିବା ମାମଲାକୁ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ ଆରମ୍ଭ କରିଛି ପ୍ରବର୍ତ୍ତନ ମନ୍ତ୍ରଣାଳୟ । ଆଜି ସକାଳୁ ତାଙ୍କ ଭଉଣୀ ହସିନା ପାରିକରଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ ଆରମ୍ଭ କରିଛି ଇଡି । ଅର୍ଥ ଜାଲିଆତି ମାମଲାରେ ଇଡି କରୁଥିବା ଚଢଉ ଘେରରେ ମୁମ୍ବାଇର ଜଣେ ରାଜନେତା ମଧ୍ୟ ସାମିଲ ଥିବା ମଧ୍ୟ ଜଣାପଡିଛି । ତ୍ତଯଦିଓ ଦାଉଦଙ୍କ ଭଉଣୀ ହସିନାଙ୍କର ଦେହାନ୍ତ ହୋଇସାରିଛି ତଥାପି ତାଙ୍କ ବାସଭବନରେ ରେଡ୍ ହୋଇଛି । କେବଳ ହସିନାଙ୍କ ଘରେ ନୁହେଁ ଦାଉଦଙ୍କ ସହ ସମ୍ପର୍କରେ ଥିବା ମସସ୍ତଙ୍କ ଘରେ ଚଢଉ କରିବାର ସୂଚନା ରହିଛି ।

Enforcement Directorate.

ସୂଚନା ମୁତାବକ, ୧୯୮୦ରେ ଦାଉଦ ଭାରତ ଛାଡି ବିଦେଶରେ ଏକ ବିଶାଳ ବାଣିଜ୍ୟିକ ସାମ୍ରାଜ୍ୟ ସ୍ଥାପନ କରିଛି । ନିକଟରେ ଦାଉଦ ଇବ୍ରାହିମ ଦ୍ୱାରା ନିୟନ୍ତ୍ରିତ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସଂଗଠିତ ଅପରାଧ ସିଣ୍ଡିକେଟର ଉପସ୍ଥିତି ପଞ୍ଜାବରେ ମିଳିଥିଲା, ଯାହା ପଞ୍ଜାବରେ ଆତଙ୍କ ବିସ୍ତାର କରିବା ନେଇ ସୂଚନା ଦେଇଛି। ଚଳିତ ମାସ ଆରମ୍ଭରେ ସୁରକ୍ଷା ଏଜେନ୍ସିଗୁଡ଼ିକ ୧୯୯୩ ମୁମ୍ବାଇ ସିରିଏଲ୍ ବିସ୍ଫୋରଣର ଅଭିଯୁକ୍ତ ତଥା ଦାଉଦ ଇବ୍ରାହିମ୍ ର ଘନିଷ୍ଠ ସହଯୋଗୀ ଅବୁ ବକରଙ୍କୁ ଗିରଫ କରିଥିଲେ। ୨୯ ବର୍ଷର ସନ୍ଧାନ ପରେ ସେ ୟୁଏଇରେ ଧରାପଡିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login