ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏହାସହିତ ଅନେକ ଲୋକ ଆହତ ହୋଇଛନ୍ତି । ଏହାପରେ ତିରୁମାଲା ତିରୁପତି ଦେବସ୍ଥାନମ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗିଛନ୍ତି ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ ।ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ କହିଛନ୍ତି କି, ମନ୍ଦିରରେ ଏକାଦଶୀ ଦର୍ଶନ ପାଇଁ ଟୋକନ ବଣ୍ଟାଯିବାର ଥିଲା । ତେଣୁ ୯୧ କାଉଣ୍ଟର ଖୋଲାଯାଇଥିଲା । ହେଲେ ଶ୍ରଦ୍ଧାଳୁଙ୍କ ଭିଡ ଅଧିକ ରହିଥିଲା । ତେଣୁ ଦଳାଚକଟା ସ୍ଥିତି ଉପୁଜିଥିଲା । ଘଟଣାରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ସୁବିଧା ଯୋଗାଯାଇଛି । ତେବେ ଟିଟିଡି ଇତିହାସରେ ପ୍ରଥମ ଥର ଏଭଳି ଘଟଣା ଘଟିଛି । ମୁଁ ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗୁଛି । ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପର୍ବ ଆରମ୍ଭ ହେବାକୁ ଯାଉଛି । ୧୦ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ପାଇଁ ଦର୍ଶନ ଟୋକନ ଗୁରୁବାର ସକାଳ ୫ ଟାରୁ ବଣ୍ଟନ କରାଯିବାର ଥିଲା । ତେବେ ବୁଧବାର ରାତିରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ଟିକେଟ୍ କାଉଣ୍ଟରରେ ଭିଡ ଜମାଇଥିଲେ । ଉତ୍ସବ ପାଇଁ ସ୍ଥାପିତ ୯୦ରୁ ଅଧିକ ଟିକେଟ୍ କାଉଣ୍ଟରରେ ଟୋକନ ପାଇଁ ପ୍ରବଳ ଭିଡ଼ ଜମିଥିଲା ।ଟୋକନ ନେବା ପାଇଁ ପ୍ରାୟ ୪ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବାକୁ କହିଛନ୍ତି ।
ତିରୁପତୁ ମନ୍ଦିରରେ ଦଳାଚକଟା ଘଟଣା; ଭିଡ ଯୋଗୁଁ ଉପୁଜିଥିଲା ଏଭଳି ସ୍ଥିତି , କ୍ଷମା ମାଗିଲା ଟିଟିଡି

Facebook
Twitter
LinkedIn
Facebook
Twitter
LinkedIn
Recent News
ନିୟମିତ ପଇଡ ପାଣି ପିଇବାର ଫାଇଦା ଜାଣନ୍ତୁ…..
ବ୍ୟୁରୋ : ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ ସି, ଏନଜାଇମ, ବି କୋମ୍ପେଲକ୍ସ ଠାରୁ ମଧ୍ୟ ଅନେକ...
‘ବାଲିଯାତ୍ରାରେ ଧମାକା କରିବ ବଲିଉଡ ନାଇଟ’
କଟକ : ଚଳିତ ବର୍ଷ କଟକ ବାଲିଯାତ୍ରାରେ ଧମାକା କରିବ ବଲିଉଡ ନାଇଟ । ଶ୍ରେୟା ଘୋଷାଲ, ହର୍ଷଦୀପ କୈାର, ରୁଷି ସିଂଙ୍କ ଗୀତରେ ଝୁମିବେ ଦର୍ଶକ...
ପ୍ରାର୍ଥନା କରୁଥିବା ସମୟରେ ଭକ୍ତଙ୍କୁ ଆସିଲା ହୃଦଘାତ
ମଥୁରା : ମନ୍ଦିରରେ ପ୍ରାର୍ଥନା କରୁଥିବା ବେଳେ ଭକ୍ତଙ୍କୁ ଆସିଲା ହୃଦଘାତ । ଚାଲିଗଲା ଭକ୍ତଙ୍କ ଜୀବନ । ମୃତକ ଜଣକ ଉତ୍ତର ପ୍ରଦେଶର ମିରଟର ବୋଲି...
ଆଜିଠୁ ୩ ଦିନିଆ ଗସ୍ତରେ ବିହାର ଯିବେ ଅମିତ ଶାହା
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବଣ୍ଟନ ପରେ ବିଜେପି ଓ ଜେଡିୟୁ ଭାଗରେ ପଡ଼ିଥିବା ୧୦୧- ୧୦୧ ଆସନ ପାଇଁ ଦୁଇଦଳ...