ବ୍ୟୁରୋ : ‘ଡନ୍ ଏବଂ ‘ଡନ୍ ୨’ ସିନେମାର ସଫଳତା ପରେ ଏବେ ଆସିବାକୁ ଯାଉଛି ଏହି ସିରିଜ୍ ତୃତୀୟ ଫିଲ୍ମ ‘ଡନ୍ ୩’। ଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲିଡ୍ ରୋଲରେ ରଣବୀର ସିଂହଙ୍କ ସହ କିଆରା ଆଡଭାନି ନଜର ଆସିଥାନ୍ତେ। ହେଲେ ଏବେ ଏଥିରେ କିଆରାଙ୍କ ବଦଳରେ କ୍ରିତି ସାନନ୍ ଦେଖାଯିବେ। କିଆରା ଏବେ ଗର୍ଭବତୀ ଥିବାରୁ ତାଙ୍କୁ ଫିଲ୍ମରୁ ଓହରିବାକୁ ପଡ଼ିଛି। ତାଙ୍କ ସ୍ଥାନରେ କ୍ରିତିଙ୍କୁ ଅଫର୍ ମିଳିଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ଏନେଇ ବିଧିବଦ୍ଧ ଭାବେ କିଛି ସୂଚନା ମିଳି ନାହିଁ।
Views: 7