The Ultimate Managed Hosting Platform
ADVERTISEMENT

ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

Facebook
Twitter
LinkedIn

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ୭୯ ବର୍ଷ ବୟସରେ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ସେ ପୂର୍ବରୁ ଗୋଆ, ମେଘାଳୟର ରାଜ୍ୟପାଳ ରହିଛନ୍ତି । କିଛିଦିନ ହେଲାଣି ହସପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ମଲ୍ଲିକଙ୍କୁ ଚଳିତ ବର୍ଷ ମେ ମାସରେ ମୂତ୍ରନଳୀରେ ସଂକ୍ରମଣ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇଥିଲା । ମଲ୍ଲିକଙ୍କୁ ମେ ୧୧ ତାରିଖରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ଜମ୍ମୁ କାଶ୍ମୀର, ମେଘାଳୟ, ବିହାର ରାଜ୍ୟପାଳ ଭାବେ କାର୍ୟ୍ୟ କରିଥିଲେ । ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ୨୦୧୮ ମାର୍ଚ୍ଚ ୨୧ରୁ ମେ ୨୮ ପର୍ୟ୍ୟନ୍ତ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ । ତାଙ୍କ କାର୍ୟ୍ୟକାଳ ସମୟରେ ୫ ଅଗଷ୍ଟ ୨୦୧୯ ରେ ଧାରା ୩୭୦ ରଦ୍ଦ କରାଯାଇଥିଲା ଏବଂ ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

ADVERTISEMENT

Login