The Ultimate Managed Hosting Platform
ADVERTISEMENT

ଚଳନ୍ତା ଟ୍ରେନରୁ ଖସି ୫ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ମୁମ୍ବାଇ : ମୁମ୍ବାଇର ଥାଣେ ଅଞ୍ଚଳରେ ଟ୍ରେନ ଟ୍ରାକକୁ ଖସିପଡିଲେ । ଟ୍ରେନରୁ ଖସି ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । ଟ୍ରେନରୁ ଅନେକ ଯାତ୍ରୀ ଧାରଣାକୁ ଖସି ପଡିଥବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମିଳିଥିବା ସୂଚନାନୁସାରେ, ୧୦ ରୁ ୧୨ ଯାତ୍ରୀ ଟ୍ରେନରୁ ଖସି ପଡିଛନ୍ତି । ଟ୍ରେନରେ ଅତ୍ୟଧିକ ଭିଡ଼ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକମାନଙ୍କୁ ଚିହ୍ନଟ କରାଯାଉଛି। ସମସ୍ତ ମୃତକଙ୍କ ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ। ପ୍ରାଥମିକ ତଦନ୍ତ ଅନୁସାରେ, ଯାତ୍ରୀମାନେ ଦ୍ୱାରରେ ଝୁଲି ଯାତ୍ରା କରୁଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାରକାରୀ ଦଳ, ପୋଲିସ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଉ ୩ ଜିଲ୍ଲାକୁ ଗଡିବ ମୋ ବସ୍

ଏଣିକି ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ , ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ନେବେ ମତାମତ

ଭୁବନେଶ୍ୱର : ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କ୍ରୁଟ୍...

ADVERTISEMENT
ସ୍ୱୟଂ ସହାୟକ ଗୋଷ୍ଠିକୁ ମୋଦିଙ୍କ ୧୦୦୦ କୋଟି ଟଙ୍କା ଭେଟି

ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା , ଭାରତ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ

ନୂଆଦିଲ୍ଲୀ : ଟାରିଫ ବିବାଦ ମଧ୍ୟରେ ପରୋକ୍ଷରେ ଟ୍ରମ୍ପଙ୍କୁ ମୋଦିଙ୍କ କଡା ବାର୍ତ୍ତା । ଚାଷୀଙ୍କ ସ୍ୱାର୍ଥ ସହ କେବେ ସାଲିସ କରାଯିବ ନାହିଁ କହିଲେ ମୋଦି...

Login