The Ultimate Managed Hosting Platform
ADVERTISEMENT

ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା, ରାତି ସାଢେ ୮ଟା ପରେ ବନ୍ଦ ରହିବ ଦୋକାନ ବଜାର

Facebook
Twitter
LinkedIn

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା । ହିଂସା ରୋକିବାକୁ ପୋଲିସର ପଦକ୍ଷେପ । ଜୁନ୍ ୪ ତାରିଖ ପର୍ୟ୍ୟନ୍ତ ରାତି ସାଢ଼େ ୮ଟା ପରେ ଗଞ୍ଜାମ ପୋଲିସ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍ପି ଜଗମୋହନ ମୀନା। ରାତି ସାଢ଼େ ୮ଟା ପରେ ଗଞ୍ଜାମ ଜିଲ୍ଲାରେ କୌଣସି ହୋଟେଲ୍, ଢାବା କି ଚା’ ଦୋକାନ ଖୋଲା ରହିବ ନାହିଁ। ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ୟ୍ୟାୟରେ ନିର୍ବାଚନ ସରିଛି। ମତଦାନ ପୂର୍ବରୁ ଓ ପରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଘଟିଛି। ବିଭିନ୍ନ ସ୍ଥାନରେ ଉଗ୍ରରୂପ ନେଇଛି ରାଜନୈତିକ ହିଂସା। ଯାହା କି ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ଜୁନ୍ ୪ ତାରିଖରେ ଭୋଟଗଣତି କରାଯିବ। ଫଳାଫଳ ଘୋଷଣା ପରେ ପୁନର୍ବାର ହିଂସାକାଣ୍ଡ ଆଶଙ୍କା ରହିଛି। ହିଂସାକାଣ୍ଡ ରୋକିବାକୁ ନିଆଯାଇଛି ଆଗୁଆ ପଦକ୍ଷେପ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login