ଚାନ୍ଦବାଲି: ଓଡିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ । ୨୫ ବର୍ଷ ପରେ ଓଡିଶାକୁ ଓଡିଆ ଲେଖାପଢା ମୁଖ୍ୟମନ୍ତ୍ରୀ ମିଳିବ । ଓଡିଶାକୁ ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ ? ଏ ନିର୍ବାଚନ ଓଡିଆ ସସ୍ମିତା, ଭାଷା, କଳାସ ସ୍ୱାଭିମାନର ନିର୍ବାଚନ । ଜଣେ ତାମିଲନାଡୁ ପରଦା ପଛରେ ରହି ଶାସନ କରିବେ କି ? ବିଜେପିକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ । ୭୫ ବିଧାୟକଙ୍କ ସହ ଓଡିଶାରେ ବିଜେପି ସରକାର ଗଢିବାକୁ ଯାଉଛି”, ମଙ୍ଗଳବାର ଭଦ୍ରକ ଚାନ୍ଦବାଲିରେ ବିଜୟ ସଙ୍କଳ୍ପ ସମାବେଶକୁ ସମ୍ବୋଧିତ କରି କିଛି ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହା ।ଏଥିସହ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଜୁନ୍ ୪ରେ ଫଳାଫଳ ଆସିବ ଏବଂ ନବୀନ ବାବୁ ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେଇଯିବେ । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁଥିବ, ଯୁବ ମୁଖ୍ୟମନ୍ତ୍ରୀ ହେଇଥିବ, ଜଗନ୍ନାଥଙ୍କ ଭକ୍ତ ହେଇଥିବ ବୋଲି କହିଛନ୍ତି ଶାହା । ଏଥିସହ ୨୫ ବର୍ଷ ପରେ ଓଡିଶାକୁ ଓଡିଆ କହୁଥିବା, ଲେଖୁଥିବା ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛି ।
୪ ଜୁନରେ ନବୀନ ହେବେ ପୂର୍ବ ମୁଖ୍ୟମନ୍ତ୍ରୀ; ଅମିତ ଶାହା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











