ବ୍ୟୁରୋ : ଗରମ ଦିନେ ଅଧିକ ଝାଳ ବୋହିଥାଏ। ଏହି କାରଣରୁ ତ୍ବଚାରେ ଘିମିରି ସମସ୍ୟା ଦେଖାଯାଇଥାଏ। ଘିମିରିକୁ ଅନେକ ଜଣ ଚିନ୍ତିତ ରହିଥାନ୍ତି । ଘିମିରି ହେବା କାରଣରୁ ତ୍ବଚାରେ ନାଲି ଦାଗ ହେବା, ତ୍ବଚା କୁଣ୍ଡେଇ ହେବା ଭଳି ଯନ୍ତ୍ରଣା ଦେଖାଯାଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇା ପାଇଁ ଲୋକମାନେ ସ୍କିନ ପ୍ରଡକ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏହାକୁ ବ୍ୟବହାର କରିବା ପରେ ଏହି ସମସ୍ୟା କମ ହେବା ଫଳରେ ଅଧିକ ହୋଇଯାଇଥାଏ। କିନ୍ତୁ ଘରୋଇ ଉପାୟରେ ଘିମିରି ସମସ୍ୟାରୁ ପାଆନ୍ତୁ ମୁକ୍ତି ।
ଆଳୁ ରସରେ ଗୋଲାପ ଜଳ ମିଶାଇ ଘିମିରି ହୋଇଥିବା ଯାଗାରେ ଲଗାଇ ୨୦ ମିନିଟ ପର୍ୟ୍ୟନ୍ତ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରିବା ଦ୍ବାରା ଘିମିରି ସମସ୍ୟା ଦୂର ହୋଇଥାଏ।
ଏକ ପାତ୍ରରେ ୧ଚାମଚ ଚନ୍ଦନ ପାଉଡର ନେଇ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପ୍ରଭାବିତ ଯାଗାରେ ଲଗାଇ ୨୦-୨୫ ମିନିଟ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରନ୍ତୁ।
ବେକିଂ ସୋଡାରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରିବା ପରେ ଘିମିରି ହୋଇଥିବା ଯାଗାରେ ଲଗାନ୍ତୁ। ଲଗାଇବାର ୧୫ ମିନିଟ ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଚାରି ଥର ବ୍ୟବହାର କରିପାରିବେ।
ଖରାଦିନେ ଘିମିରି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି
କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...
ମହାପ୍ରସାଦ ରେଟ ଚାଟ ଲାଗିବ : ମୁଖ୍ୟ ପ୍ରଶାସକ
ପୁରୀ : ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଛି । ଆଗକୁ ରେଟ ଚାଟ ଲାଗିବାର ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟ...
ନବ ଦାସ ହତ୍ୟାକାଣ୍ଡ : ଆଜି ସାକ୍ଷ୍ୟ ଗ୍ରହଣ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା ଏଡିଜେ କୋର୍ଟରେ ଶୁଣାଣି ଆଜି । ଅନ୍ୟତମ ମୁଖ୍ୟ ସାକ୍ଷୀ ତକôାଳୀନ ବ୍ରଜରାଜନଗର ଆଇଆଇସିଙ୍କ...
ଟ୍ରକ ଧକ୍କାରେ ୩ ଜଣଙ୍କର ଚାଲିଗଲା ଜୀବନ
ତେଲକୋଇ : ବାଇକକୁ ଧକ୍କା ଦେଲା ଟ୍ରକ । ୩ ଜଣଙ୍କର ଚାଲିଗଲା ଜୀବନ । ଏନଏଚ ୪୯ର ଜଗମୋହନ ଛକରେ ଦୁର୍ଘଟଣା । ମୃତକମାନେ ଚାରକୋଟ...