The Ultimate Managed Hosting Platform
ADVERTISEMENT

କୋଇଲା ଖଣି ଭୁଶୁଡ଼ି ୩ ମୃତ, ୧୫ ଆହତ

Facebook
Twitter
LinkedIn

ଧନବାଦ: ଭୁଶୁଡିଲା କୋଇଲା ଖଣି । ୩ ଜଣଙ୍କର ମୃତ୍ୟୁ ୧୫ ଜଣ ହୋଇଛନ୍ତି ଆହତ । ଧନବାଦର ଝରିଆ କୋଲଫିଲ୍ଡରେ ରାଷ୍ଟ୍ରାୟତ୍ତ ବିସିସିଏଲ୍ (ଭାରତ କୋକିଂ କୋଲ୍ ଲିମିଟେଡ୍)ର ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ କୋଇଲା ଉତ୍ତୋଳନ କରୁଥିବା ପ୍ରାୟ ଦେଢ଼ ଡଜନ ଲୋକ ପୋତି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ୧୫ ଜଣ ଆହତ ହୋଇଛନ୍ତି । ଆଜି ସକାଳେ ବିସିସିଏଲର ଭଉରା କୋଲିଏରି ଅଂଚଳରେ ଏହି ଘଟଣା ଘଟିଛି। ଦେବପ୍ରଭା ନାମକ ଏକ ଆଉଟସୋର୍ସିଂ କମ୍ପାନି ଏହି ଖଣିରେ ଖଣି ଖନନ କରୁଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ କୋଇଲା ଭଗ୍ନାବଶେଷତଳୁ ୧୪-୧୫ ଜଣଙ୍କୁ ବାହାର କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଉଭୟ ମୃତଦେହକୁ ବିସିସିଏଲ୍ ଭୋରା ଅଞ୍ଚଳ କାର୍ୟ୍ୟାଳୟ ସମ୍ମୁଖରେ ରଖି ଗେଟ୍ ଅବରୋଧ କରିବା ସହ ପ୍ରତିବାଦ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login