ଯାଜପୁର : ବୈତରଣୀର ଶାଖା କାଣୀ ନଦୀରେ ୫୦ ଫୁଟର ଘାଇ । ଅହିୟାସ ବଜାର କସପା ପଞ୍ଚାୟତ ଦରଘା ନିକଟରେ ଘାଇ । ଦଶରଥପୁର ବ୍ଲକର ୪ଟି ପଞ୍ଚାୟତ ଘାଇ ଦ୍ୱାରା ପ୍ରଭାବିତ । ବନ୍ୟା ଜଳ ପ୍ରଭାବରେ ବୈତରଣୀ ଶାଖା ନଦୀ କାଣୀ ନଦୀ ବନ୍ଧରେ ବିଳମ୍ବିତ ରାତ୍ରରେ ୫୦ଫୁଟର ଘାଇ ହୋଇଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି ।ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ମି ଥିବା ବେଳେ ବର୍ତ୍ତମାନ ୧୮.୮୬ମିରେ ବନ୍ୟାଜଳ ପ୍ରବାହିତ ହେଉଛି । ବଲ୍ଲଭୀଘାଟରେ ବିପଦ ସଂକେତ ୧୩.୩୪ ମିଟର ଥିବାବେଳେ ୧୩.୮୮ ମିଟରରେ ବନ୍ୟା ଜଳ ପ୍ରବାହିତ । ଦଶରଥପୁରରେ ବିପଦ ସଂକେତ ୯.୫୨ମିଟର ଥିବା ବେଳେ ବର୍ତ୍ତମାନ ୧୨.୧୮ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି ।
Views: 125