ନୂଆଦିଲ୍ଲୀ : ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର । ଓଡ଼ିଆ ଅସ୍ମିତା ଓ ଭାଷା ପ୍ରତି ବିପଦ ରହିଛି। ଓଡ଼ିଶାର ସାଂପ୍ରତିକ ସ୍ଥିତିରେ ଏହାର ଭାଷା ଓ ଅସ୍ମିତା କିଭଳି ବିପଦରେ ପଡ଼ିଛି ତାହା ସମସ୍ତେ ଜାଣୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଯେ ନିଜ ଭାଷା ଓ ଗୌରବ ପ୍ରତି ଆସିଥିବା ବିପଦକୁ ଓଡ଼ିଶାବାସୀ ଅଧିକ ଦିନ ବରଦାସ୍ତ କରିବେ ବୋଲି ମୁଁ ଭାବୁନାହିଁ। ବିଜେପି କାହିଁକି ବିଜେଡିରୁ ଅଲଗା ହେଲା ବୋଲି କରାଯାଇଥିବା ପ୍ରଶ୍ନର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ପ୍ରସଙ୍ଗକୁ ଆଧାର କରି ଆମକୁ ସମର୍ଥନ କରୁଥିଲା। ଆହୁରି ଅନେକ ଦଳ ମଧ୍ୟ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଉଛନ୍ତି। ରାଜ୍ୟରେ ବିଜେଡି ସହ ଆମର ସମ୍ପର୍କ ଭିନ୍ନ। ଓଡ଼ିଶା ପ୍ରାକୃତିକ ସମ୍ପଦରେ ସମୃଦ୍ଧ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଏତେ ସମୃଦ୍ଧ ଯେ ଏହା ଏକ ନମ୍ବର ରାଜ୍ୟ ହେବା କଥା, କିନ୍ତୁ ଏବେ ଓଡ଼ିଶାର ସ୍ଥିତି କ’ଣ ତାହା ଆମେ ସମସ୍ତେ ଦେଖୁଛୁ। ଏଭଳି ସ୍ଥିତିରେ ଆମକୁ ଓଡ଼ିଶାର ସେବା କରିବାର ସୁଯୋଗ ମିଳିବା ଉଚିତ ବୋଲି ସେ କହିଛନ୍ତି। ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେପିକୁ ସୁଯୋଗ ମିଳିଲେ ଆମ ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଜେପିର ଅନେକ ନେତା ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଚର୍ଚ୍ଚାରେ ରହିଛି।
ଓଡିଶାର ଅସ୍ମିତା ଏବଂ ଭାଷା ବିପଦରେ ଥିବା କହିଲେ ମୋଦି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







