ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା । ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ । ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ପାଣିର ପ୍ରବାହ ଏତେ ପ୍ରଖର ଥିଲା ଯେ ଚାହୁଁଚାହୁଁ ଭାସିଗଲା ଅନେକ ଘର । ଘର ସହ ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା ପ୍ରକାଶ କରିଛନ୍ତି । ବାଦଲ ଫଟା ବର୍ଷା ପରେ ନାଳରେ ଭୟଙ୍କର ପାଣି ଆସିଥିଲା । ଏଥିରେ ପାହାଡରୁ ପଥର ମଧ୍ୟ ଖସି ଆସିଥିଲା । ଫଳରେ ଅନେକ ଘର ଭାସିଚାଲିଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ୟ୍ୟରେ ଲାଗିଛି ।ଏହି ଅଞ୍ଚଳରେ ଲଗାତାର ବାଦଲ ଫଟା ବର୍ଷା ହେଉଥିବାରୁ ଲୋକଙ୍କୁ ଆଲର୍ଟ ରହିବାକୁ ସତର୍କ କରାଯାଉଛି ।
Views: 14