ନୂଆଦିଲ୍ଲୀ : ଇସ୍ରାଏଲ -ଗାଜା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ । ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ନେଇ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ । ଇସ୍ରାଏଲ-ଗାଜା ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ହେବ ଅନ୍ତ । ଚୁକ୍ତି ଅନୁସାରେ ଶନିବାର ସୁଦ୍ଧା ହମାସ ସମସ୍ତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ । ଇସ୍ରାଏଲୀ ସେନା କବଜାକୁ ନେଇ ଅଧିକାଂଶ ସ୍ଥାନରୁ ପଛକୁ ହଟିବ ।
ଗୁରୁବାର ଦିନ ମିଶରରେ ସ୍ୱାକ୍ଷରିତ ହେବାକୁ ଥିବା ଗାଜା ଚୁକ୍ତିନାମାକୁ ହମାସ ଅନୁମୋଦନ କରିଛି। ଏହି ଯୋଜନାରେ ଗାଜାକୁ ମାନବିକ ସହାୟତା ପ୍ରଦାନ କରିବା ପାଇଁ ପାଞ୍ଚଟି ସୀମା କ୍ରସିଂ ତୁରନ୍ତ ଖୋଲିବା, ଗାଜା ପ୍ରତ୍ୟାହାର ମାନଚିତ୍ରରେ ସଂଶୋଧନ ଏବଂ ପ୍ରଥମ ପର୍ୟ୍ୟାୟରେ ୨୦ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ଜୀବିତ ମୁକ୍ତ କରିବା ଅନ୍ତର୍ଭୁକ୍ତ।ଏହି ଚୁକ୍ତିନାମା ଉପରେ ଆମେରିକା, ମିଶର, କତାର ଏବଂ ତୁର୍କୀ ନଜର ରଖିବେ ଏବଂ ଗ୍ୟାରେଣ୍ଟି ଦେବେ। ଏହା ନିଶ୍ଚିତ କରେ ଯେ, ଯେପର୍ୟ୍ୟନ୍ତ ଉଭୟ ପକ୍ଷ ସହମତ ସର୍ତ୍ତାବଳୀ ପାଳନ କରିବେ ସେପର୍ୟ୍ୟନ୍ତ ହିଂସା ପୁଣି ଥରେ ଆରମ୍ଭ ହେବ ନାହିଁ। ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଗାଜାର ଅଧିକାଂଶ ଅଞ୍ଚଳରୁ ଫେରିବା ଆରମ୍ଭ କରିବା ସହିତ, ହମାସ ଚଳିତ ସପ୍ତାହାନ୍ତ ସୁଦ୍ଧା ସମସ୍ତ ୨୦ ଜଣ ବଞ୍ଚିଥିବା ବନ୍ଧକଙ୍କୁ ମୁକ୍ତ କରିବ।
ଇସ୍ରାଏଲ –ଗାଜା ଯୁଦ୍ଧ ଶେଷ ! , ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ନେଇ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...