ନୂଆଦିଲ୍ଲୀ : ଆମେରିକା ଲସ୍ ଏଞ୍ଜଲିସରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାଣି । ଜନ ବସତି ଆଡକୁ ମାଡି ଆସିଲାଣି ନିଆଁ । ବହୁ ଆବାସିକସ୍ଥଳ ଓ ଦୋକାନ ବଜାର ନଷ୍ଟ ହୋଇଯାଇଛି । ୧୫ ହଜାରରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଗଲାଣି । ଲୋକେ ଭୟଭୀତ ହୋଇ ଘର ଛାଡି ଦୌଡି ପଳାଉଛନ୍ତି। ଜୋର୍ ପବନ ବହିବା ଯୋଗୁଁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି । ଏଠାରେ ସ୍କୁଲ ବନ୍ଦ କରିଦିଆଯାଇଛି । କେବଳ ସେତିକି ନୁହେଁ ନିଆଁ ଯୋଗୁଁ ଉଡାଣ ପ୍ରଭାବିତ ହୋଇଛି । ସମୁଦ୍ର କୂଳରେ ପବନ ଜୋରରେ ହେବା ଯୋଗୁଁ ନିଆଁ ବ୍ୟାପିବାରେ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ୱାଇଲ୍ଡ ଫାୟାର ଇମର୍ଜେନ୍ସୀ ଘୋଷଣା କରିଛି କାଲିଫର୍ଣ୍ଣିଆ । ନିଆଁର ମୁକାବିଲା ପାଇଁ ଅବସରପ୍ରାପ୍ତ ଫାୟାର ଫାଇଟରଙ୍କୁ କଡାଯାଇଛି । ଜାତୀୟ ପାଣିପାଗ ସେବା ପକ୍ଷରୁ ଲସ ଏଞ୍ଜେଲ୍ସ କାଉଣ୍ଟି ପାଇଁ ବ୍ୟାପକ ନିଆଁ ଲାଗିବା ସଂପର୍କରେ ଆଗୁଆ ସତର୍କ କରାଯାଇଥିଲା ।
ଆମେରିକାର ଲସ୍ ଆଞ୍ଜେଲସରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୧୫ ହଜାରରୁ ଅଧିକ ଘର ପୋଡି ପାଉଁଶ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରାର୍ଥନା କରୁଥିବା ସମୟରେ ଭକ୍ତଙ୍କୁ ଆସିଲା ହୃଦଘାତ
ମଥୁରା : ମନ୍ଦିରରେ ପ୍ରାର୍ଥନା କରୁଥିବା ବେଳେ ଭକ୍ତଙ୍କୁ ଆସିଲା ହୃଦଘାତ । ଚାଲିଗଲା ଭକ୍ତଙ୍କ ଜୀବନ । ମୃତକ ଜଣକ ଉତ୍ତର ପ୍ରଦେଶର ମିରଟର ବୋଲି...
ଆଜିଠୁ ୩ ଦିନିଆ ଗସ୍ତରେ ବିହାର ଯିବେ ଅମିତ ଶାହା
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବଣ୍ଟନ ପରେ ବିଜେପି ଓ ଜେଡିୟୁ ଭାଗରେ ପଡ଼ିଥିବା ୧୦୧- ୧୦୧ ଆସନ ପାଇଁ ଦୁଇଦଳ...
ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...
ନୂଆପଡା ବିକାଶ ଦାୟିତ୍ୱ ମୋର ; ମୁଖ୍ୟମନ୍ତ୍ରୀ
ନୂଆପଡା : ନୂଆପଡା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ନୂଆପଡା ବିକାଶ ଦାୟିତ୍ୱ ମୋର, କଥାଦେଇ କଥା ରଖିବୁ । ନୂଆପଡା ଇତିହାସରେ ନୂଆ...