ସମ୍ବଲପୁର : ଉତ୍ସବମୁଖର ପଶ୍ଚିମ ଓଡିଶା । ଆଜି ସାରା ପଶ୍ଚିମ ଓଡିଶା ପାଳୁଛି ସମ୍ବଲପୁରୀ ଦିବସ । ପଶ୍ଚିମ ଓଡିଶାର ଏହା ହେଉଛି ମହାନ ପର୍ବ । ପଶ୍ଚିମ ଓଡିଶାର ସବୁ ଜିଲ୍ଲାରେ ଆଜି ଏହି ଦିନକୁ ଧୁମଧାମରେ ପାଳନ କରାଯାଉଛି । ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସସ୍କୃତିର ଜନକ ଭାବେ ପରିଚିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ପ୍ରତିବର୍ଷ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଏ । ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର। ସରକାରୀ ଅନୁଷ୍ଠାନଠୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ପର୍ୟ୍ୟନ୍ତ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ୟ୍ୟାଳୟକୁ ଆସିଥାଆନ୍ତି।
Views: 106











