ବିନିକା: ପ୍ରବଳ ବର୍ଷାରେ ଭୁଶୁଡିଲା କାନ୍ଥ । ଗୋଟିଏ ପରିବାରର ୫ ଜଣ ଗୁରୁତର । ଡୁଙ୍ଗୁରିପାଲି ଥାନା ଡାହୁକବୁଡ ଗାଁରେ ଭୁଶୁଡିଲା କାନ୍ଥ । ଘର ଭିତରୁ ଦମ୍ପତିଙ୍କ ସହ ୩ ଶିଶୁଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଡାହୁକବୁଡ଼ ଗାଁରେ ଘଟିଛି ଅଘଟଣ । ଗତକାଲି ବିଳମ୍ବିତ ରାତ୍ରିରେ ପରିବାର ଶୋଇଥିବା ବେଳେ ଘର କାନ୍ଥ ଭୁଶୁଡି ପଡିଥିଲା। ଆହତଙ୍କୁ ଗାଁ ଲୋକେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଛନ୍ତି । ଆହତମାନେ ହେଲେ ସୁଶୀଲ ପଧାନ, ବାସ୍ତୁରୀ ପଧାନ, ରୀତିକା ପଧାନ, କ୍ରିଷ ପଧାନ ଓ କୌର ପ୍ରଧାନ।
Views: 76











