The Ultimate Managed Hosting Platform
ADVERTISEMENT

ଆଉ ନାହାନ୍ତି ବରିଷ୍ଠ ଅଭିନେତା ତଥା ପ୍ରଯୋଜକ ଧୀରଜ କୁମାର

Facebook
Twitter
LinkedIn

ମୁମ୍ବାଇ : ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଏବଂ ପ୍ରଯୋଜକ ଧୀରଜ କୁମାର । ୭୯ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି । ତାଙ୍କ ଦେହାନ୍ତ ପରେ ଶୋକର ବାତାବରଣ ଖେଳିଯାଇଛି । ସୋମବାର ଦିନ, ଅଭିନେତା ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ, ଆରମ୍ଭରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ଶୁଣିବାକୁ ମିଳିଥିଲା । ପରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା । ସେ ପ୍ରାୟ ଆଜି ସକାଳ ୧୧.୪୦ ମିନିଟ୍ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ନିମୋନିଆ ଯୋଗୁଁ ମୃତ୍ୟୁ ଘଟିଛି ବୋଲି ପରେ ଜଣାପଡିଛି । ତେଣୁ ସ୍ଥିତି ବିଗିଡି ଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।ଯଦି ତାଙ୍କ କ୍ୟାରିୟର ସମ୍ପର୍କରେ କୁହାଯାଏ ତେବେ ସେ ମଡେଲ ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ଫିଲ୍ମଫେୟାର ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତାରେ ସେ ତୃତୀୟ ସ୍ଥାନ ପାଇଥିଲେ । ତାଙ୍କ ଉତ୍କୃଷ୍ଟ କାମ ପାଇଁ ଟିଭି ଏବଂ ସିନେମା ଜଗତରେ ସେ ପ୍ରସିଦ୍ଧ ଥିଲେ । ୧୯୭୦ ରୁ ୧୯୮୫ ମଧ୍ୟରେ ଧୀରଜ କୁମାର ‘ହୀରା ପନ୍ନା’, ‘ଶିରଡି କେ ସାଇ ବାବା’, ‘ସରଗମ’, ‘ମାଙ୍ଗ ଭରୋ ସଜନା’, ‘କ୍ରାନ୍ତି’, ‘ପୁରାଣ ମନ୍ଦିର’, ‘କର୍ମ ଯୁଦ୍ଧ’ ଏବଂ ‘ବେପନହ’ ଭଳି ଅନେକ ଫିଲ୍ମ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login