ମୁମ୍ବାଇ ; ଆଜି ସୈଫ ଆଇସିୟୁରୁ ବାହାରିଛନ୍ତି ।ଅଭିନେତାଙ୍କ ମେରୁଦଣ୍ଡରୁ ଛୁରିର ଖଣ୍ଡ ବାହାର କରିଛନ୍ତି ଡାକ୍ତର । ତେବେ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ଲୀଲାବତୀ ହସପିଟାଲର ଡାକ୍ତର ସର୍ଜରୀ କରିବା ପରେ ସୈଫଙ୍କ ଶରୀରରୁ ୨.୫ ଇଞ୍ଚର ଛୁରି ବାହାର କରିଥିଲେ । ଆଜି ସୈଫ ଆଇସିୟୁରୁ ବାହାରିଛନ୍ତି । ତେବେ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି ।ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ବାନ୍ଦ୍ରା ପୋଲିସର ସ୍ପେଶାଲ ଟିମ୍ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି । ସନ୍ଦିଗ୍ଧ ଜଣଙ୍କ ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପଶି ତାଙ୍କୁ ଛୁରାମାଡ଼ କରିଥିଲେ । ଗିରଫ ହୋଇଥିବା ବ୍ୟକ୍ତି ନାମ ଶାହିଦ । ପୋଲିସ ତାଙ୍କୁ ପଚରାଉଚରା କରୁଛି । ଗିରଫ ବ୍ୟକ୍ତି ନାମରେ ପୂର୍ବରୁ ୪/୫ଟି ଚୋରି ମାମଲା ରହିଛି ।ସିସିଟିଭି ଫୁଟେଜ ଆଧାରରେ ଉଭୟ ସ୍ଥାନୀୟ ପୋଲିସ ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି ।
Views: 38