ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ବଡ ନର୍ବାଚନୀ ପ୍ରତିଶ୍ରୁତି । ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା । ଏଲପିଜି ସିଲିଣ୍ଡର ଉପରେ ଦିଆଯିବ ୫୦୦ ଟଙ୍କା ସବସିଡି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରି କହିଛନ୍ତି, ଦଳ ୨୦୧୪ରେ ୫୦୦ ପ୍ରତିଶ୍ରୁତି ଦେଇଥିଲା, ଯେଉଁଥିରୁ ୪୯୯ ପ୍ରତିଶ୍ରୁତି ପୂରଣ କରାଯାଇଛି ।ସଂକଳ୍ପ ପତ୍ରର ଭାଗ-୧ରେ ବିଜେପି ଅନେକ ବଡ଼ ପ୍ରତିଶ୍ରୁତି ଦେଇଛି । ସେଥି ମଧ୍ୟରେ ଏଲପିଜି ସିଲିଣ୍ଡର ଉପରେ ୫୦୦ ଟଙ୍କା ସବସିଡି ଦିଆଯିବ । ମହିଳା ସମୃଦ୍ଧି ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ । ଗର୍ଭବତୀ ମହିଳାଙ୍କୁ ୨୧୦୦୦ ଟଙ୍କା ଏବଂ ନ୍ୟୁଟ୍ରିସନାଲ୍ ପ୍ୟାକ୍ ମିଳିବ । ହୋଲି ଓ ଦୀପାବଳିରେ ଗୋଟିଏ ଲେଖାଏ ସିଲିଣ୍ଡର ମାଗଣାରେ ପ୍ରଦାନ କରାଯିବ । ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଆୟୁଷ୍ମାନ ଭାରତ ଯୋଜନାକୁ ଦିଲ୍ଲୀରେ ବି ଲାଗୁ କରାଯିବ । ଅଟଳ କ୍ୟାଣ୍ଟିନ୍ ଯୋଜନା ଲଞ୍ଚ୍ ହେବ ଏବଂ ବରିଷ୍ଠ ନାଗରିକମାନଙ୍କୁ ୩୦୦୦ ଟଙ୍କା ପର୍ୟ୍ୟନ୍ତ ପେନସନ ରାଶି ଦିଆଯିବ ।
ଦିଲ୍ଲୀରେ ବିଜେପିର ବଡ ନର୍ବାଚନୀ ପ୍ରତିଶ୍ରୁତି, ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଏବଂ ଗର୍ଭବତୀଙ୍କୁ ୨୧୦୦୦ ଟଙ୍କା ମିଳିବ…
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











