ନୂଆଦିଲ୍ଲୀ : ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ ଦାଖଲ ପର୍ୟ୍ୟନ୍ତ ୱାକଫରେ ଯଥା ସ୍ଥିତି ବଜାୟ ରହିବ ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଜବାବ ଦାଖଲ ପର୍ୟ୍ୟନ୍ତ ୱାକଫ ସମ୍ପତ୍ତି ଉପରେ କିଛି ପରିବର୍ତ୍ତନ ହେବନି । ଅନ୍ୟାଦେଶ ଯାଏଁ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ମେ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଏହି ୱାକଫ୍ ଆଇନରେ କିଛି ସକାରାତ୍ମକ ଦିଗ ରହିଛି । ତେଣୁ ଆଇନ ଉପରେ ସମ୍ପୂର୍ଣ୍ଣ ସ୍ଥଗିତାଦେଶ ଯଥାର୍ଥ ନୁହେଁ । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମାମଲା ନ୍ୟାୟିକ ବିଚାରାଧୀନ ଥିବା ପର୍ୟ୍ୟନ୍ତ ବର୍ତ୍ତମାନର ପରିସ୍ଥିତିକୁ ଜଟିଳ କରାଯିବା ଉଚିତ୍ ନୁହେଁ ।
Views: 26