ଭୁବନେଶ୍ୱର : ଅଭିନେତା ସହ ନିର୍ଦ୍ଦେଶକ, ଲେଖକ, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ । ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ କହିଲେ ଭୁଲ ହେବ ନାହିଁ । ପୂର୍ବତନ ବିଧାୟକ, ମନ୍ତ୍ରୀ ଆଉ ଏବେ ରାଜ୍ୟସଭା ସାଂସଦ । ଏମିତି ଅନେକ ଭୂମିକାରେ ସେ ଜଣେ ବ୍ୟକ୍ତି । ସେ ହେଉଛନ୍ତି ପ୍ରଶାନ୍ତ ନନ୍ଦ । ଆଜି ତାଙ୍କର ଜନ୍ମଦିନ । ୧୯୪୭ ମସିହା ମେ ୨ ତରିଖରେ ତାଙ୍କର ଜନ୍ମ । ଏବେ ୭୬ ବର୍ଷ ବୟସରେ ମଧ୍ୟ ସେ ବେଶ୍ ସକ୍ରିୟ ନିଜ କର୍ମରେ । ପ୍ରଶାନ୍ତ ନନ୍ଦ ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ୟ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ନାଟକରେ ଅଭିନୟ ଦେଖି ଧୀର ବିଶ୍ୱାଳ ଓ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଅଭିନୟର ଯାଦୁ ଲୋକଙ୍କୁ ଆକୃଷ୍ଟ କରୁଥିଲା । ଆଉ ସେହି ଅଭିନୟ ପାଇଁ ଲୋକମାନେ ଆଜି ବି ତାଙ୍କୁ ଭଲପାଉଛନ୍ତି ।
୭୬ ବର୍ଷ ବୟସରେ ପାଦ ଥାପିଲେ ପ୍ରଶାନ୍ତ ନନ୍ଦ

Facebook
Twitter
LinkedIn
Facebook
Twitter
LinkedIn
Recent News
ସମୁଦ୍ରରେ ବୁଡିଲା ମାଛଧରା ବୋଟ, ପହଁରି ପହଁରି କୂଳକୁ ଆସିଲେ ମତ୍ସ୍ୟଜୀବୀ
ପଟ୍ଟାମୁଣ୍ଡାଇ : ସମୁଦ୍ରରେ ବୁଡିଲା ମାଛଧରା ବୋଟ । ସାତଭାୟା ନିକଟ ସମୁଦ୍ରରେ ବୋଟରେ ପାଣି ପଶିବାରୁ ବୁଡିଗଲା । ପହଁରି ପହଁରି କୂଳକୁ ଆସିଲେ ୮...
ତଦନ୍ତ ପାଇଁ ଯୁବକଙ୍କୁ ପଠାଇ ପୋଲିସ ଏସଆଇ ନିଲମ୍ବିତ
ଭଦ୍ରକ : ତଦନ୍ତ ପାଇଁ ଯୁବକଙ୍କୁ ପଠାଇ ପୋଲିସ ଏସଆଇ ନିଲମ୍ବିତ । ଗ୍ରାମାଞ୍ଚଳ ଥାନାର ସବ ଇନସ୍ପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ । ଏ ନେଇ...
ପୀତବାସ ପଣ୍ଡା ହତ୍ୟା ମାମଲା ; ୩ ଅଟକ
ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୩ ଅଟକ । ଜଣେ ସିଆଇଏସଏଫ ଯବାନଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ଜେରା ।...
ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ; ସୁନାମୀ ଆଲର୍ଟ
ନୂଆଦିଲ୍ଲୀ : ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରେକର୍ଡ । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ...