ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୮ବର୍ଷ ଅତିକ୍ରମ କରିସାରିଛି। ସରକାର ‘ବିକଶିତ ଓଡ଼ିଶା, ବିକଶିତ ଭାରତ’ ପାଇଁ କାମ କରୁଛନ୍ତି ବୋଲି କହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନରେ ପରିବର୍ତ୍ତନ ହୋଇଛି। ଅତ୍ୟାଧୁନିକ ସୁବିଧା ଥିବା ସମୟରେ ପୂରାତନ ମାନସିକତା ନେଇ ରାଜ୍ୟରେ ଲକ୍ଷଲକ୍ଷ ଲୋକଙ୍କୁ ବଞ୍ଚିବାକୁ ପଡୁଛି। ସରକାରୀ କାଗଜପତ୍ରରେ ବିବାହ ପାଇଁ ବୟସ ସୀମା ସିନା ଧାର୍ୟ୍ୟ ହୋଇଛି, ଏହାକୁ ଠିକ୍ ଭାବେ ସବୁଠି ପାଳନ ହେଉନାହିଁ। ଫଳସ୍ବରୂପ ବାଲ୍ୟବିବାହର ପ୍ରଥା ଏବେ ବି ରହିଛି। ଆଉ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଏହା କମିନାହିଁ। ବିଧାନସଭାର ବଜେଟ୍ ଅଧିବେଶନର ତୃତୀୟ ଦିନରେ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।
Views: 18