ମୁମ୍ବାଇ : ଆଜି ସଲ୍ଲୁ ଭାଭ ବା ଭାଇଜାନ ସଲମାନ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଛନ୍ତି ସଲମାନ । ଅଭିନେତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ଏବଂ ସମସ୍ତ ସେଲିବ୍ରେଟିଙ୍କ ଠାରୁ ଅନେକ ଶୁଭେଚ୍ଛା ମିଳିଛି । ଏସବୁ ମଧ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଫ୍ୟାନ୍ସ ତାଙ୍କ ଘର ବାହାରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏସବୁ ମଧ୍ୟରେ ଆଜି ସକାଳୁ ମଧ୍ୟ ଭାଇଜାନଙ୍କ ଘର ବାହାରେ ଫ୍ୟାନ୍ସ ଭିଡ ଦେଖିବା ପାଇଁ ମିଳିଛି ।
ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସଲମାନ ଖାନଙ୍କ ଘର ବାହାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛିନ୍ତି । ବାସ୍ତବରେ ଅନେକ ସହରର ଫ୍ୟାନ୍ସ ଆସି ଭାଇଜାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମଙ୍ଗଳବାର ରାତିରୁ ତାଙ୍କ ମୁମ୍ବାଇ ନିବାସ ବାହାରେ ଏକାଠି ହେବା ଆରମ୍ଭ କରିଛନ୍ତି । ତେବେ ଏଥିପାଇଁ ସେଠାରେ ବହୁତ ଟ୍ରାଫିକ୍ ଦେଖିବା ପାଇଁ ମିଳିଥିଲା । ଏସବୁ ମଧ୍ୟରେ ସଲମାନ ଖାନ ଗତକାଲି ରାତିରେ ତାଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ମୁମ୍ବାଇରେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ କରିଥିଲେ ।
୫୮ ବର୍ଷରେ ସଲମାନ, ଆଜି ଭାଇଜାନଙ୍କ ଜନ୍ମଦିନ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...