The Ultimate Managed Hosting Platform
ADVERTISEMENT

୩୦୦କୋଟି ବଜେଟରେ ତିଆରି ହେଉଛି ଫିଲ୍ମ ‘ଲିୟୋ’

Facebook
Twitter
LinkedIn

ମୁମ୍ବାଇ : ନିିର୍ମାଣ ହେଉଛି ଦକ୍ଷିଣୀ ଫିଲ୍ମ ଲିୟୋ । ଥଲପତି ବିଜୟ ଏପର୍ୟ୍ୟନ୍ତ ୬୬ଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିସାରିଛନ୍ତି । ବିଜୟ ଏବେ ନିଜର ଆଗାମୀ ଫିଲ୍ମ ‘ଲିୟୋ’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଏଥିରେ ତାଙ୍କ ସହ ନଜର ଆସିବେ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ । ‘ଲିୟୋ’ର ବଜେଟ ୩୦୦କୋଟି ଥିବା ବେଳେ ଅଭିନେତା ଏହି ଫିଲ୍ମ ପାଇଁ ୧୨୦କୋଟି ନେଉଥିବା ଜଣାପଡ଼ିଛି ।କିଛି ଦିନ ତଳେ ଥଲପତି ବିଜୟଙ୍କ ବିଷୟରେ ଏକ ସୂତ୍ରରୁ ଜଣାପଡ଼ିଥିଲା ଯେ, ସେ ଚଳଚ୍ଚିତ୍ର ପାଇଁ ୧୨୦କୋଟିରୁ ଅଧିକ ଟଙ୍କା ପାରିଶ୍ରମିକ ନେବା ଆରମ୍ଭ କରିଛନ୍ତି । ଫିଲ୍ମ ବାରିସୁର ସଫଳତା ପରେ ସେ ତାଙ୍କ ପାରିଶ୍ରମିକ ବଢ଼ାଇଛନ୍ତି । ତେବେ ପ୍ରତିବର୍ଷ ସେ ୧୦୦-୨୦୦ କୋଟି ଆୟ କରନ୍ତି । ବଲିଉଡର ସବୁ କଳାକାରଙ୍କୁ ପଛରେ ପକାଇ ଏବେ ଜଣେ ଦକ୍ଷିଣ ଭାରତୀୟ ଷ୍ଟାର ସବୁଠାରୁ ଦାମୀ ସୁପରଷ୍ଟାର ପାଲଟିଛନ୍ତି । ବଲିଉଡର ୩ଜଣ ଖାନ୍ ଓ ବାହୁବଲୀ ପ୍ରଭାସଙ୍କୁ ପଛରେ ପକାଇଛନ୍ତି ୪୮ବର୍ଷୀୟ ତାମିଲ ସୁପରଷ୍ଟାର ଥଲପତି ବିଜୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...

ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି

ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...

ADVERTISEMENT
ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...

ସମୁଦ୍ରରେ ବୁଡିଲା ମାଛଧରା ବୋଟ, ପହଁରି ପହଁରି କୂଳକୁ ଆସିଲେ ମତ୍ସ୍ୟଜୀବୀ

ସମୁଦ୍ରରେ ବୁଡିଲା ମାଛଧରା ବୋଟ, ପହଁରି ପହଁରି କୂଳକୁ ଆସିଲେ ମତ୍ସ୍ୟଜୀବୀ

ପଟ୍ଟାମୁଣ୍ଡାଇ : ସମୁଦ୍ରରେ ବୁଡିଲା ମାଛଧରା ବୋଟ । ସାତଭାୟା ନିକଟ ସମୁଦ୍ରରେ ବୋଟରେ ପାଣି ପଶିବାରୁ ବୁଡିଗଲା । ପହଁରି ପହଁରି କୂଳକୁ ଆସିଲେ ୮...

Login