ଭୁବନେଶ୍ୱର : ୨୦୨୭ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ କହିଲେ ପଞ୍ଚାୟତରାଜ ମନ୍ତ୍ରୀ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ପଞ୍ଚାୟତକୁ ସୁଦୃଢ କରିବାକୁ କାଲି ରାଜ୍ୟପାଳ ଏ ନେଇ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ଲୋକଙ୍କ ପାଖରେ ସହଜରେ ଯୋଜନା ପହଁଚିବ । ଏନେଇ ଏକ କମିଟି ମଧ୍ୟ ଗଠନ କରାଯିବ । ଏହାସହ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ଗତକାଲି ରାଜ୍ୟପାଳ ଏ ବିଷୟରେ ଆଲୋଚନା କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତା ସହିତ ପଞ୍ଚାୟତିରାଜ ଆଇନ ଭିତରେ ପଞ୍ଚାୟତକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ । ତେବେ ଆମେ ପଞ୍ଚାୟତ ଆଉ ବ୍ଲକ୍ ପୁନର୍ଗଠନ କରିପାରିବା ବୋଲି ରବି ନାଏକ ସୂଚନା ଦେଇ କହିଛନ୍ତି ।
Views: 99











