The Ultimate Managed Hosting Platform
ADVERTISEMENT

ରେସଲର ସୁଶୀଲ କୁମାରଙ୍କୁ ସୁପ୍ରିମ ଝଟକା , ଜାମିନ ରଦ୍ଦ

Facebook
Twitter
LinkedIn

ନୂଆଦିଲ୍ଲୀ : ଅଲିମ୍ପିକ୍ସ ବିଜେତା ରେସଲର ସୁଶୀଲ କୁମାରଙ୍କୁ ବଡ଼ ଝଟକା । ମିଳିଥିବା ଜାମିନକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଦେଲେ ନିର୍ଦ୍ଦେଶ । ଜୁନିୟର ରେସଲର ସାଗର ଧନଖଡ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଏକ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସୁଶୀଲ ଆତ୍ମସମର୍ପଣ ନକରନ୍ତି ତେବେ ତାଙ୍କ ଗିରଫଦାରୀ ସୁନିଶ୍ଚିତ ବୋଲି କହିଛନ୍ତି କୋର୍ଟ ।
୨୦୨୧ରେ ସାଗର ଧନଖଡଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ ସୁଶୀଲ । ଏହି ମାମଲାରେ ସୁଶୀଲ କୁମାରଙ୍କୁ ଜାମିନ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ତେବେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ ସାଗରଙ୍କ ବାପା । ଏବେ ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଓଲଟାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୁଶୀଲଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିବା ସହ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କୋର୍ଟ କହିଛନ୍ତି, ଏତେ ସଙ୍ଗୀନ ଅପରାଧର ଅଭିଯୁକ୍ତ ବାହାରେ ରହିବା ଯାଞ୍ଚ ଏବଂ ସାକ୍ଷୀଙ୍କ ସୁରକ୍ଷା ପ୍ରତି ବିପଦ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login