ବିହାର : ଆସନ୍ତା ୨୦ରେ ବିହାରରେ ନୂଆ ଏନଡିଏ ସରକାରର ଶପଥ ସମାରୋହ । ପାଟନାର ଐତିହାସିକ ଗାନ୍ଧି ମୈଦାନରେ ହେବ ଶପଥ ସମାରୋହ । ଶପଥ ସମାରୋହ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ୨୪୩ ଆସନରୁ ୨୦୨ ଆସନ ସହ ରେକର୍ଡ ବିଜୟ ହାସଲ କରିଛି ଏନଡିଏ । ସୂଚନାନୁଯାୟୀ, ବିପୁଳ ଜନାଦେଶ ପାଇଁ ଐତିହାସିକ ସ୍ଥାନରେ ଶପଥ ଗ୍ରହଣ କରିବାର ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପମୁଖ୍ୟମନ୍ତ୍ରୀ ଏବଂ କିଛି ମନୋନୀତ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏନଡିଏର ବଡ଼ ବଡ଼ ନେତାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିବେ ।ସୂଚନାଯୋଗ୍ୟ ବିଜେପି-ଜେଡିୟୁ-ଏଲଜେପି-ହାମ୍ ମେଣ୍ଟ ମୋଟ ୨୪୩ ଆସନରୁ ୨୦୨ ସିଟ୍ ହାତେଇଛନ୍ତି । ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ୧୦୧ଟି ଆସନରେ ଲଢି ବିଜେପି ଏକାକୀ ୮୯ଟି ଆସନରେ ବାଜିମାତ୍ କରିଥିବାବେଳେ ଜେଡିୟୁ ୮୫ଟି ଆସନ ପାଇଛି । ଆରଜେଡି ୨୫ ଏବଂ କଂଗ୍ରେସ ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ହୋଇଛି ।
Views: 39











