The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୧୫ ଦିନରେ ବଢିଲାଣି ୧୫ ଟଙ୍କା ପିଆଜ ଦର

Facebook
Twitter
LinkedIn

କାର୍ତ୍ତିକ ମାସ ଶେଷ ହେବା ସହ ପୁଣି ବାଧିଲାଣି ପିଆଜ ଯନ୍ତ୍ରଣା । ୨ ସପ୍ତାହରୁ କମ୍‌ ସମୟ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି । ଏଭଳି କ୍ଷେତ୍ରରେ ଏକାଥରେ ଏତେ ମାତ୍ରାରେ ଦର ବୃଦ୍ଧି ଯୋଗୁ ଖାଉଟିଙ୍କ ଅଣ୍ଟା ମୋଡ଼ି ଦେଲାଣି । ରାଜଧାନୀର ବିଭିନ୍ନ ସ୍ଥାନରେ ଏବେ କିଲୋ ପିଛା ପିଆଜ ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି । 

ଚଳିତ ବର୍ଷ ବନ୍ୟାରେ ପିଆଜ ସହ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଉତ୍ପାଦନ ପ୍ରାୟ ୨୫ରୁ ୩୦% ବାଧାପ୍ରାପ୍ତ ହୋଇଛି । ଫସଲ ଉଜୁଡିଯାଇଥିବାରୁ ବଜାରରେ ଉପଲବ୍ଧତା ପ୍ରଭାବିତ ହୋଇଛି । ଫଳରେ ଖୁଚୁରା ବଜାରରେ ଦର ହଠାତ ବଢ଼ିଯାଇଛି ।ଭୁବନେଶ୍ୱରରେ ନୂଆ ପିଆଜର ପାଇକାରୀ ଦର ୧୬ରୁ ୨୦ ଟଙ୍କା ରହିଥିବା ସ୍ଥାନୀୟ କୁବେରପୁରୀ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି । ଏହି ବର୍ଗର ପିଆଜକୁ ଖୁଚୁରା ବ୍ୟବସାୟୀମାନେ ପ୍ରାୟ ୨୪ରୁ ୨୫ ଟଙ୍କା ଯାଏ ଦରରେ ବିକ୍ରି କରୁଛନ୍ତି । କିନ୍ତୁ ବିଭିନ୍ନ ଖୁଚୁରା ବଜାରରେ ପୁରୁଣା ପିଆଜ ପ୍ରାୟ ୩୫ ଟଙ୍କା ଯାଏ ମୂଲ୍ୟରେ ବିକ୍ରି ହେଉଥିବା ନଜରକୁ ଆସିଛି ।ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ବର୍ତ୍ତମାନ ପିଆଜ ଦର ସ୍ୱାଭାବିକ ହେବାକୁ ଆଉ କିଛି ସପ୍ତାହ ଲାଗିବ । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login