ଭୁବନେଶ୍ବର: ଗ୍ରାହକଙ୍କ ପାଇ ଖୁସି ଖବର । କମିଲା ସୁନା ଓ ରୂପା ଦର । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୪ ଶହ ୩୪ ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୭୪୧ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ୟରେ ଆଶ୍ଵସ୍ତି ଆଣିଛି । ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି । ଯାହାକି ଭୁବନେଶ୍ଵରରେ ମଧ୍ୟ ଦେଖିବାକୁ ମିଳିଛି ।
Views: 63