The Ultimate Managed Hosting Platform
ADVERTISEMENT

୧୩,୦୧୨ ନିଖୋଜଙ୍କ ସନ୍ଧାନ ମିଳିନାହିଁ

Facebook
Twitter
LinkedIn

ଭୁବନେଶ୍ୱର : ୮ ମାସରେ ୧୩,୦୧୨ ନିଖୋଜଙ୍କ ସନ୍ଧାନ ମିଳିନାହିଁ । ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ୨୦ ହଜାରରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି । ସେଥି ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି। ସମ୍ପୃକ୍ତ ନିଖୋଜଙ୍କ ସନ୍ଧାନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି ।ଜୁନ୍ ୨୦୨୪ ପରଠାରୁ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମୋଟ ନିଖୋଜ ମାମଲା କେତେ ରହିଛି। ସେଥିମଧ୍ୟରୁ କେତେକ ସଂଖ୍ୟକ ସମାଧାନ ହୋଇଛି ଏବଂ କେତେ ବିଚାରାଧୀନ ଅଛି। ସମାଧାନରେ ବିଳମ୍ବର କାରଣ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ସମ୍ପର୍କରେ କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋସ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ, ୧ ଜୁନ୍ ୨୦୨୪ ରୁ ୨୮ ଫେବ୍ରୁଆରି ୨୦୨୫ ମଧ୍ୟରେ ରାଜ୍ୟରେ ୨୦,୦୬୦ ନିଖୋଜ ମାମଲା ପଞ୍ଜିକୃତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login