ଭୁବନେଶ୍ୱର : ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ ବୈଠକରେ ଅନ୍ତୋଦୟ ଗୃହ ଯୋଜନାକୁ ମୋହର ମରାଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଯୋଗାଇଦେବେ । ହିତାଧିକାରୀଙ୍କୁ ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ। କୌଣସି ହିତାଧିକାରୀ ୪ ମାସରେ ଘର ସାରିଲେ ୨୦ ହଜାର ବୋନସ ଦେବେ ସରକାର। ସେହିପରି ୬ ମାସରେ ସାରିଲେ ୧୦ ହଜାର ଟଙ୍କା ବୋନସ ମିଳିବ। ରାଜ୍ୟ ସରକାର ଏହି ଯୋଜନାରେ ୭୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।
Views: 41