କଟକ : ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହଂସୀତା ଅନୀଲ। ବହୁଚର୍ଚ୍ଚିତ ଠକେଇ ମାମଲାରେ ଜାମିନ ଲୋଡିଛନ୍ତି ହଂସୀତା ଅଭିଲିପ୍ସା ଓ ଅନୀଲ କୁମାର ମହାନ୍ତି। ଇନଫୋସିଟି ଥାନାରେ ରୁଜୁ ମାମଲାରେ ଜାମିନ ଆବେଦନ କରିଛନ୍ତି । ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ଜାନୁଆରୀ ୨୮ ରେ ଜାମିନ ଖାରଜ କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଉଭୟ ପୃଥକ ପୃଥକ ଜାମିନ ଆବେଦନ କରିଛନ୍ତି।ସୂଚନା ଅନୁସାରେ ଏହି ହାଇପ୍ରୋଫାଇଲ୍ ଠକେଇ ମାମଲାରେ ଅନିଲ-ହଂସିତାଙ୍କ ଜାମିନ ଖାରଜ କରିଥିଲେ ଭୁବନେଶ୍ଵର ଏଡିଜେ-୨ କୋର୍ଟ । ଜାନୁଆରୀ ୧୮ ତାରିଖରେ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଶୁଣାଣି ଶେଷ ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଏଡିଜେ-୨ କୋର୍ଟରେ ଆବେଦନ କରିଥିଲା କମିଶନରେଟ ପୋଲିସ ।
Views: 80











