ମୁମ୍ବାଇ : ଅକ୍ଟୋବର ୨୦ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ୟାରିୟାଁ ୨’ ଏହାର ପ୍ରଥମ ଗୀତ ‘ସୋରେ ଘର’ ରିଲିଜ୍ କରିଛି । ଏହା ବର୍ଷର ସବୁଠାରୁ ସୁନ୍ଦର ମ୍ୟୁଜିକାଲ୍ ଏକ୍ସଟ୍ରାଭାଗାଞ୍ଜା ହୋଇଛି, ଯାହାକୁ ଶୁଣିବା ମାତ୍ରେ ଡ୍ୟାନ୍ସ ଫ୍ଲୋରରେ ନାଚିବାକୁ ମନ ହେବ । ତେବେ ଗୀତଟିକୁ ଶୁଣିବା ପରେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଛନ୍ତି । ‘ସୋରେ ଘର’ ଗୀତଟିକୁ ମନନ ଭରଦ୍ୱାଜ ଲେଖିଛନ୍ତି ଏବଂ ବିଶାଲ ମିଶ୍ର ଓ ନୀତି ମୋହନ ଏହାକୁ ଗାଇଛନ୍ତି । ଏହି ଗୀତ ସମସ୍ତ ବୟସର ଲୋକଙ୍କୁ ଭଲ ଲାଗିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି। ‘ୟାରିୟାଁ ୨’ର ଗୀତ ‘ସୋରେ ଘର’ ବର୍ତ୍ତମାନ ଟି-ସିରିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳୁଛି । ଗୁଲଶାନ କୁମାର, ଟି-ସିରିଜ୍, ରାଓ ଏବଂ ସାପ୍ରୁଙ୍କ ପ୍ରଡକ୍ସନରେ ‘ୟାରିୟାଁ ୨’ ଫିଲ୍ମ ନିର୍ମାଣ ହୋଇଛି । ‘ୟାରିୟାଁ ୨’ରେ ଦିବ୍ୟା ଖୋସଲା କୁମାର, ମେଜାନ ଜାଫ୍ରି, ପଲ୍ଲବୀ ପୁରୀ, ୟଶ ଦାଶଗୁପ୍ତା, ଅନସ୍ୱାରା ରାଜନ, ଓ୍ଵାରିନା ହୁସେନ, ପ୍ରିୟା ଓ୍ଵାରିଅର ପ୍ରମୁଖ କଳାକାର ନଜର ଆସିବାକୁ ଯାଉଛନ୍ତି ।
‘ୟାରିୟାଁ ୨’ର ପ୍ରଥମ ଗୀତ ରିଲିଜ୍, ଅକ୍ଟୋବର ୨୦ରେ ମୁକ୍ତିଲାଭ କରିବ ଫିଲ୍ମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











