ନୂଆଦିଲ୍ଲୀ : ହ୍ବାଇଟହାଉସରେ ଟ୍ରମ୍ପ-ଜେଲେନସ୍କି ମୁହାଁମୁହିଁ । ଭୀଷଣ କଥା କଟାକଟି । ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ । ଗଣମାଧ୍ୟମ ଉପସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ ତୀବ୍ର କଥା କଟାକଟି । ଡିଲ୍ କର, ନହେଲେ ୟୁକ୍ରେନ ହାତ ଛାଡ଼ି ଦେବୁ । ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ନେଇ ଜେଲେନସ୍କିଙ୍କୁ ଦାୟୀ କରିଥିଲେ ଟ୍ରମ୍ପ । ଏହାସହିତ ଯୁକ୍ରେନ ତୃତୀୟ ବିଶ୍ବଯୁଦ୍ଧକୁ ଉସୁକାଉଛି ବୋଲି କହିଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛି । ତୃତୀୟ ବିଶ୍ବଯୁଦ୍ଧ ପାଇଁ ଉସୁକାଉଛ ବୋଲି ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ । ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଉପସ୍ଥିତିରେ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସିଙ୍କୁ ଘେରିଥିଲେ ।ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ଜେଲେନସ୍କିଙ୍କୁ କହିଥିଲେ ନିଜ ଅଞ୍ଚଳର ସୁରକ୍ଷା ପାଇଁ କାହାରି ସହ ସାଲିସ କରିବୁ ନାହିଁ ।
Views: 23