ନୀଳଗିରି: ୫୦ରୁ ଅଧିକ ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ । ଗୋପାଳପୁର ଜଙ୍ଗଲ ମୁହାଁ ୫୦ରୁ ଅଧିକ ହାତୀପଲ । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ ଘଉଡାଇବାକୁ ଉଦ୍ୟମ । ସତର୍କ ରହିବାକୁ ଗ୍ରାମବାସୀଙ୍କୁ ବନବିଭାଗର ଅପିଲ ।
ଆଜି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ୪୫ ଟି ହାତୀଙ୍କ ଉପଦ୍ରବ ଜାରି ରହିଛି । ତେବେ ବନ ବିଭାଗ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛନ୍ତି ଡୁମୁରିଆ ଗାଁ ନିକଟରେ ଥିବା ୨୬ ଟିକିଆ ହାତୀପଲ । ଦିନ ବେଳେ ଜଙ୍ଗଲରେ ରହୁଛନ୍ତି କିନ୍ତୁ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଆସିବା ସହିତ ଧାନ ବିଲରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ମନୁଷ୍ୟକୁ ସୁରକ୍ଷା ଦେବା ଏବେ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଚ ପାଲଟିଛି । ହାତୀ ଏବଂ ମନୁଷ୍ୟ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ହାତୀ ଥିବା ଜଙ୍ଗଲ ନିକଟକୁ ନଯିବାକୁ ବାରଣ କରିଛି ବନ ବିଭାଗ ।
Views: 37