The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ହାଡ ମଜବୁତ ଓ ଓଜନ କମାଇବାରେ ସାହାଯ୍ୟ କରେ କଞ୍ଚା ଅମୃତଭଣ୍ଡା

Facebook
Twitter
LinkedIn

ବ୍ୟୁରୋ : କଞ୍ଚା ହେଉ ବା ପାଚିଲା ଅମୃତଭଣ୍ଡା ଏହା ଶରୀର ପାଇଁ ଖୁବ ଲାଭ ଦାୟକ । ଅମୃତଭଣ୍ଡାରେ ପପେନ ନାମକ ପଦାର୍ଥ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ପାଚନ ସମସ୍ୟା ପାଇଁ ଏହା ବେଷ୍ଟ ହୋଇଥାଏ । ଆଜି ଆମେ କଞ୍ଚା ଅମୃତଭଣ୍ଡାର ଫାଇଦା ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା । କଞ୍ଚା ଅମୃତଭଣ୍ଡା ୟୁରିକ୍ ଏସିଡ୍ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କଞ୍ଚା ଅମୃତଭଣ୍ଡାରେ ଭିଟାମିନ୍ ଉ, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଭଳି ଗୁଣ ରହିଛି । ଅମୃତଭଣ୍ଡାରେ ଥିବା ଫାଇବର ୟୁରିକ୍ ଏସିଡ୍ ରୋଗୀଙ୍କୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । କଞ୍ଚା ଅମୃତଭଣ୍ଡାରେ ଥିବା ‘ପାପାଇନ୍’ ରକ୍ତରେ ୟୁରିକ୍ ଏସିଡ୍ ବଢିବା ଉପରେ ରୋକି ଲଗାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହା ସହିତ ଏହା ପ୍ରୋଟିନ୍କୁ ହଜମ କରିବାରେ ସାହାଯ୍ୟ କରିଥାଏ ।
ହାଡ଼କୁ ମଜବୁତ କରିବା ସହ ଓଜନକୁ କମାଇବାରେ ମଧ୍ୟ କଞ୍ଚା ଅମୃତଭଣ୍ଡା ସାହାଯ୍ୟ କରିଥାଏ । କଞ୍ଚା ଅମୃତଭଣ୍ଡାରେ କମ୍ କ୍ୟାଲୋରୀ ରହିଥାଏ ଯାହା ଆପଣଙ୍କ ଡାଏଟ୍ ପ୍ଲାନରେ ସାମିଲ କରିପାରିବେ । ଏତିକି ନୁହେଁ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଉଛି । କଞ୍ଚା ଅମୃତଭଣ୍ଡା ଖାଇଲେ ୟୁରିନ୍ ଇଫେକ୍ସନରୁ ରକ୍ଷା ମିଳିଥାଏ । ଜଣ୍ଡିସ୍ ହେଉ କିମ୍ବା ଲିଭର ସମ୍ବନ୍ଧୀୟ ସମସ୍ୟା, ଏ ସବୁକୁ ଦୂର କରିବାରେ କଞ୍ଚା ଅମୃତଭଣ୍ଡା ବେଶ୍ ଲାଭଦାୟକ ହୋଇଥାଏ ।କଞ୍ଚା ଅମୃତଭଣ୍ଡା ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ଏହା ବ୍ୟତୀତ ପେଟ ଜନିତ ସମସ୍ୟାଠାରୁ ଆରମ୍ଭ କରି କେଶ ଜନିତ ସମସ୍ୟାକୁ ଦୂର କରିଥାଏ କଞ୍ଚା ଅମୃତଭଣ୍ଡା । ତେଣୁ କଞ୍ଚା ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login